ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ସକାଳୁ ସକାଳୁ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ । ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ବଡଗଡ ସ୍ଥିତ ଘର ସମେତ ଏକକାଳୀନ ଚାରୋଟି ସ୍ଥାନରେ ଚାଲିଛି ଚଢ଼ାଉ । ଭିଜିଲାନ୍ସ ନିର୍ଦ୍ଦେଶାଳାୟ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ୬ ଜଣ ଡିଏସପି ଓ 10ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏକ ଟିମ୍ ଭୁବନେଶ୍ୱର ବିଏମସି ସ୍ଥିତ ତାଙ୍କ ଅଫିସ ସମେତ ଭୁବନେଶ୍ୱର ବଡଗଡ ସ୍ଥିତ ପ୍ଲଟ ନମ୍ବର RP -12ର ଏକ ତିନି ମହଲା କୋଠାଘରେ ଚଢାଉ କରିଛି । ଚଢାଉ ସମୟରେ ଅନେକ ଜମି, ଜିନିଷ, ଗହଣା ଓ ଟଙ୍କା ଥିବା ଠାବ କରିାଯାଇଛି ।ସେହିପରି ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ଗୋଟିଏ ଫାର୍ମ ହାଉସ ଥିବା ଚଢାଉ ବେଳେ ଠାବ ହୋଇଛି ‌। ବାଲିଅନ୍ତା ତହସିଲ ଅନ୍ତର୍ଭୁକ୍ତ ରଣପୁର ମୌଜାରେ ଏହି ଫାର୍ମ ହାଉସରେ ପୋଖରି ସହ ଅନେକ ଗଛ ଲଗା ଯାଇଛି । ସେହିପରି ରାୟଗଡା ଗୁଣୁପୁର ଜଙ୍ଗମ ଷ୍ଟ୍ରିଟସଠାରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ରେଡ ଚାଲିଛି।

ତେବେ ନିର୍ବାହୀ ଯନ୍ତ୍ରୀଙ୍କର ଆଉ କେତେ ଜମି, ଘର ଓ ସମ୍ପତ୍ତି ରହିଛି , କେଉଁ ବ୍ୟାଙ୍କରେ କେତେ ଡିପୋଜିଟ୍ ରହିଛି, କେଉଁ ତହସିଲସୋ ବ୍ଲକ ଅଞ୍ଚଳରେ କେତେ ଜାଗା ରହିଛି ତାର ଆକଳନ ଚାଲିଛି ।

  • Garvita Odia

    Related Posts

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ । ୨୦୦୬ ମସିହା…

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ଭୁବନେଶ୍ୱର: ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ଏକ ବଡ ଯୋଜନା କରିଛନ୍ତି । ଚଳିତ ବର୍ଷ ହେବ ଫର୍ମର e-kyc । କୃଷକମାନେ ପଞ୍ଜୀକରଣ ଆଧାର କାର୍ଡ ସହିତ ସମସ୍ତ ଡକୁମେଣ୍ଟ ପ୍ରଦାନ କରିବେ । ଏହି ସବୁ ଡକୁମେଣ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ