
ଭୁବନେଶ୍ବର: ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ । ଜୁନ୍ ମାସରୁ ଏହି ବିମାନ ସେବା ଆରମ୍ଭ ହେବ । ଏହାକୁ ଇଣ୍ଡିଗୋ ବିମାନ ସେବା କାର୍ୟ୍ୟକାରୀ କରିବ । ସପ୍ତାହର ମଙ୍ଗଳବାର, ବୁଧବାର ଓ ଶନିବାର ଭରିବ ଉଡାଣ ବିମାନ । ତେବେ ଭୁବନେଶ୍ୱର ବିମାନ ବନ୍ଦରକୁ ଏଯାଏଁ ସ୍ଲଟ୍ ମଗାଯାଇନି । ସ୍ଲଟ୍ ମାଗିଲେ, ସିଡ୍ୟୁଲ ତିଆରି ହେବ । ଏହା ଭୁବନେଶ୍ୱରରୁ ବିଦେଶକୁ ପଞ୍ଚମ ବିମାନ ସେବା ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି । ସେପଟେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।








