ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି

ଭୁବନେଶ୍ବର: ତୃତୀୟ ଦିନରେ ଅଲ୍ ଓଡ଼ିଶା ଗିଗ୍ସ ୟୁନିଅନ ଷ୍ଟ୍ରାଇକ୍। ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ଅଟୋ ସଂଘର ତୀବ୍ର ଆନ୍ଦୋଳନ। ପ୍ରୋଟେଷ୍ଟ ବେଳେ ଓଲା, ଉବେର, ରାପିଡୋ, ଓଡ଼ିଶା ଯାତ୍ରୀ ଡ୍ରାଇଭରମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି । ପୁଲିସ ଗାଡ଼ି ଏବଂ ଆମ ବସକୁ ଢେଲା ପଥର ମାଡ଼ କରିଛନ୍ତି ଅନଲାଇନ୍ ଡ୍ରାଇଭର । ଫଳରେ ସରକାରୀ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷେ ହିଂସାତ୍ମକ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଲୋୟର ପିଏମଜି ଅଞ୍ଚଳରେ ଲାଠିଚାର୍ଜ କରିଛି କମିଶନରେଟ୍ ପୁଲିସ । ଏହା ସହିତ ଡ୍ରାଇଭରଙ୍କ ଉପରକୁ ପାଣିମାଡ଼ି ହୋଇଛି । ହିଂସା ସୃଷ୍ଟି କରିଥିବା କିଛି ଡ୍ରାଇଭରଙ୍କୁ ପୁଲିସ ଅଟକ ରଖିଛି ।

୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଓଲା, ଉବର ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଟୋ ଚାଳକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଭଡ଼ା ଓ କମିଶନ୍ ସମ୍ବନ୍ଧୀୟ ଦାବି ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଦାବି ହେଇଛି । ଅଟୋ ଚଳାଚଳ ବନ୍ଦ ଥିବାରୁ ଗଡୁନି ଅଟୋ । ଫଳରେ ରାଜଧାନୀରେ ପ୍ରଭାବିତ ହୋଇଛି ଜନଜୀବନ । ବିଶେଷକରି ରେଳ ଷ୍ଟେସନ୍, ବିମାନବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

  • Related Posts

    ଡ୍ରାଇଭରଙ୍କ ଆନ୍ଦୋଳନ:ଡ୍ରାଇଭରଙ୍କ ଗାଡ଼ି ସିଜ୍ ହେବ- ଡିସିପି

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ…

    Continue reading
    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, ଆମ ବସ୍ ଭାଙ୍ଗିଲେ ଡ୍ରାଇଭର

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ