ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ

ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା ମିଳିଛି। ବାଦାୟଁର ସମରେର ସହିତ ଫରିଦପୁରକୁ ସଂଯୋଗ କରିବା ପାଇଁ ଏହି ବ୍ରିଜ୍‌ ୧ ବର୍ଷ ପୂର୍ବେ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା। ଏହି ସେତୁ ଭୁଶୁଡ଼ିବା କାରଣରୁ ରାସ୍ତା ବନ୍ଦ ହୋଇଯାଇଥିଲା, କିନ୍ତୁ ଗୁଗୁଲ ମାନଚିତ୍ରରେ ବ୍ରିଜ୍‌ ଉପରେ ରାସ୍ତାଥିବା ନେଇ ଦେଖାଉଥିଲା। ଡ୍ରାଇଭର ସମାନ ଗୁଗୁଲ ମ୍ୟାପ୍‌ ସାହାଯ୍ୟରେ ଗାଡି ଚଳାଉଥିଲ। ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଆଗକୁ ରାସ୍ତା ନାହିଁ, ତେବେଳେ ବହୁତ ଡେରି ହୋଇଯାଇଥିଲା।

ସୂଚନାଯୋଗ୍ୟ, ସିକ୍ୟୁରିଟି କମ୍ପାନୀର ୩ ଜଣ କର୍ମଚାରୀ ଗାଜିଆବାଦରୁ ଆସୁଥିଲେ। କିନ୍ତୁ ଏହି ଲୋକମାନେ ଜାଣି ନ ଥିଲେ ଯେ ବ୍ରିଜ୍‌ ଭାଙ୍ଗିଯାଇଛି। କୁହାଯାଉଛି ଯେ ସେ ଗୁଗୁଲ ମ୍ୟାପ୍‌ ସାହାଯ୍ୟରେ ଏହି ବାଟରେ ଆସିଥିଲେ। ଆଉ ବ୍ରିଜ୍‌ ଉପରେ ରାସ୍ତା ଥିବା ନେଇ ଗୁଗୁଲ ମ୍ୟାପ୍‌ ଦେଖାଇଲା, ଡ୍ରାଇଭର କାର୍‌କୁ ଆଗକୁ ନେଇଥିଲେ। ରାତିର ଅନ୍ଧକାରରେ ଡ୍ରାଇଭର ଜାଣିପାରିଲା ନାହିଁ ଯେ ୩୦ ମିଟର ପରେ ରାସ୍ତା ନାହିଁ । ଏହି କାରଣରୁ ତାଙ୍କ କାର୍‌ ବ୍ରିଜ୍‌ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପଛରେ ପବ୍ଲିକ ୱାର୍କସ ବିଭାଗର ଅବହେଳା ମଧ୍ୟ ସାମ୍ନାକୁ ଆସୁଛି। ଅଭିଯୋଗ ହୋଇଛି ଯେ ଅସମ୍ପୂର୍ଣ୍ଣ ସେତୁ ପୂର୍ବରୁ ପବ୍ଲିକ ୱାର୍କସ ବିଭାଗ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ କିମ୍ବା ସଂପୃକ୍ତ ବିଭାଗ ଗୁଗୁଲ ମ୍ୟାପରେ ରାସ୍ତାର ମାର୍ଗ ପରିବର୍ତ୍ତନ କରିନାହିଁ।

Related Posts

ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

Continue reading
ଆଜିଠୁ ନୂଆ ଆୟକର ଆଇନ ଲାଗୁ

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ