ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ

କଟକ,୨୫/୦୪/୨୦୨୬:କଟକର ଐତିହାସିକ ବାରବାରୀ ଷ୍ଟାଡିୟମକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ନୋଟିସ। ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ଟି କ୍ରିକେଟ ଷ୍ଟାଡିୟମଙ୍କୁ ଏନଜିଟି ନୋଟିସ କରିଛନ୍ତି।ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ଏନଜିଟି। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ ନ କରିବା ଓ ଆବଶ୍ୟକ ସୂଚନା ନଦେବା ଅଭିଯୋଗରେ ଗତ ୧୬ ତାରିଖରେ ବାରବାଟି ସମେତ ୬ଟି ଷ୍ଟାଡିୟମକୁ ନୋଟିସ୍ ଜାରି କରାଯାଇଛି।

ନୋଟିସ୍ ପାଇଥିବା ୬ଟି କ୍ରିକେଟ ଷ୍ଟାଡିୟମ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ ବ୍ୟତୀତ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍, ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍, ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ୍ ଷ୍ଟାଡିୟମ୍ ଓ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ ରହିଛି। ଏହି ଷ୍ଟାଡିୟମ୍ ଗୁଡ଼ିକର ସମସ୍ତ କାର୍ଯ୍ୟକଳାପ କାହିଁକି ବନ୍ଦ କରାଯିବ ନାହିଁ, ତାହାର ଜବାବ ରଖିବାକୁ ଏନଜିଟି ନୋଟିସରେ କହିଛନ୍ତି। ଆବେଦନକାରୀଙ୍କ ଯୁକ୍ତି ଅନୁସାରେ, ଏହି ଛଅଟି ଷ୍ଟାଡିୟମରେ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ଉଚିତ୍।

ଷ୍ଟାଡିୟମରେ କୌଣସି କ୍ରୀଡ଼ା କାର୍ଯ୍ୟକଳାପକୁ ଅନୁମତି ଦିଆନ ଯିବା ଉଚି। କାରଣ ସେମାନେ ପିଚ୍ ଓ ଗ୍ରାଉଣ୍ଡ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରୁଛନ୍ତି। ପ୍ରତିକ୍ରିୟାକୃତ ଜଳ ବ୍ୟବହାର କିମ୍ବା ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରୁନାହନ୍ତି। ଫଳରେ ପାନୀୟ ଜଳ ଗୁରୁତର ଭାବେ ପ୍ରଭାବିତ ହେଉଛି ବୋଲି ଆବେଦନକାରୀ ଯୁକ୍ତି ଉପସ୍ଥାପନ କରିଛନ୍ତି।ଦେଶର ବିଭିନ୍ନ ସ୍ଥାନରେ ଥିବା ୨୬ଟି ଷ୍ଟାଡିୟମ୍ ମଧ୍ୟରୁ ୨୪ଟିରେ ବୋରୱେଲ୍ ରହିଥିବା ବେଳେ ମାତ୍ର ଚାରିଟିରେ ଆବଶ୍ୟକ ଏନଓସି ରହିଛି। ବାକି ସମସ୍ତେ ମନଇଚ୍ଛା ଭୂତଳ ଜଳକୁ ବ୍ୟବହାର କରୁଥିବା ଆବେଦନର ଉଲ୍ଲେଖ ରହିଛି। ଏବେ ଷ୍ଟାଡିୟମ ପକ୍ଷରୁ ଏହାର ଜବାବରେ କ’ଣ କୁହାଯାଇଛି, ତା’ ଉପରେ ନଜର ରହିଛି।

  • Related Posts

    ସୋଆ ବିଶ୍ୱ ବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ- 2026 ପାଳିତ

    ଭୁବନେଶ୍ୱର – ତା 25.04.26 – ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ର ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ, ଓଡିଶା ପ୍ରାଣୀ ଚିକିତ୍ସା ପରିଷଦ ଏବଂ ଓଡିଶା ପ୍ରାଣୀ ଚିକିତ୍ସା ସମିତି ମିଳିତ ଆନୁକୂଲ୍ୟରେ…

    Continue reading
    କେନ୍ଦୁଝର ଜିଲ୍ଲାରେ ପାଟଣା ସାହାରପଡା ବ୍ଲକରେ ଡ଼ାଇରିଆ ଆତଙ୍କ

    କେନ୍ଦୁଝର,୨୫/୦୪/୨୦୨୬:କେନ୍ଦୁଝର ଜିଲ୍ଲାରେ ପାଟଣା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମରେ ଅନେକ ଲୋକ ଏବେ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଅତ୍ୟଧିକ ଗରମ ସମୟରେ ଦୂଷିତ ପାଣି ପିଇବା ଯୋଗୁ ଗ୍ରାମରେ ଡ଼ାଇରିଆ ବ୍ୟାପିଥିବା ଲୋକେ ଅନୁମାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର