ମଣିପୁରରେ ସାନି ହିଂସା, ୩ ମୃତ

ଇମ୍ଫାଲ: ମଣିପୁରର ଉଖ୍‌ରୁଲ ଜିଲାରେ ଶୁକ୍ରବାର ସାନି ହିଂସାର ସୂତ୍ରପାତ ହୋଇଛି। ପୃଥକ୍‌ ଗୁଳିକାଣ୍ଡ ଘଟଣାରେ ମୋଟ ତିନିଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଉଖ୍‌ରୁଲ ଜିଲାର ସିନାକେଇଥେଇ ଗ୍ରାମରେ ତାଙ୍ଗଖୁଲ ନାଗା ଗ୍ରାମ ସ୍ବେଚ୍ଛାସେବୀ ଏବଂ କୁକି ଆର୍ମଡ ଗ୍ରୁପ୍‌ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଉଭୟପକ୍ଷ ପରସ୍ପର ଉପରକୁ ଗୁଳିମାଡ କରିଥିବାବେଳେ ନାଗା ସଂପ୍ରଦାୟର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କାଙ୍ଗ୍‌ପୋକ୍‌କି ଜିଲାରେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ କୁକି ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। ପୁନଶ୍ଚ ତାଙ୍ଗ୍‌ଖୁଲ ଉଗ୍ରପନ୍ଥୀମାନେ ମୁଲାମ ଗ୍ରାମ ଉପରେ ଆକ୍ରମଣ କରିଥିବାବେଳେ ଦୁଇଜଣ ଗ୍ରାମବାସୀ ଆହତ ହୋଇଥିବା ପୁଲିସ କହିଛି। ମଣିପୁର ପୁଲିସ ସମେତ ଅର୍ଦ୍ଧସାମରିକ ବାହିନୀ ଯବାନମାନେ ଉଖ୍‌ରୁଲ ଜିଲାରେ ପଇଁତରା ମାରୁଛନ୍ତି।

  • Related Posts

    ଅଟକିଲା ପଞ୍ଜାବର ବିଜୟ ରଥ, ୨୨୨ ରନ୍‌ କରି ବି ହାରିଲା ଆୟରଙ୍କ ଟିମ୍‌

    ଅଟକିଲା ପଞ୍ଜାବ କିଙ୍ଗ୍ସର ବିଜୟ ରଥ । ପଞ୍ଜାବର ବିଜୟ ଧାରାକୁ ଅଟକାଇଲା ରାଜସ୍ଥାନ ରୟାଲ୍ସ । ଚଳିତ ଆଇପିଏଲର ୮ଟି ମ୍ୟାଚ୍‌ ପରେ ପ୍ରଥମ ପରାଜୟ ବରଣ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗ୍ସ । ଏହି ବିଜୟ…

    Continue reading
    ଗ୍ୟାସ୍ ସିଲିଣ୍ଡର ବ୍ୟବହାର ପଦ୍ଧତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି

    ନୂଆଦିଲ୍ଲୀ: ମେ’ ମାସ ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟ୍ ଏବଂ ଗ୍ୟାସ୍ ସିଲିଣ୍ଡର ବ୍ୟବହାର ପଦ୍ଧତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ବୁକିଂ, ଡେଲିଭରି ଏବଂ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ନୂତନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା