‘ମନ କି ବାତ’ରେ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥଙ୍କ ପ୍ରବନ୍ଧକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୨ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଓମ୍ ପ୍ରକାଶ ରଥଙ୍କୁ ବିଶେଷ ପ୍ରଶଂସା ମିଳିଛି। ଯୁବକ ଓମ୍ ପ୍ରକାଶ ‘ମେରା ଯୁବ ଭାରତ’ (ଏମ୍‌ୱାଇ ଭାରତ) ପ୍ରକଳ୍ପ ଅନ୍ତର୍ଗତ ‘ବଜେଟ୍ କ୍ୱେଷ୍ଟ ୨୦୨୬’ ପ୍ରତିଯୋଗିତାରେ ମହିଳା-ନେତୃତ୍ୱକ ବିକାଶ ଉପରେ ଏକ ଅସାଧାରଣ ପ୍ରବନ୍ଧ ଲେଖିଥିଲେ। ପ୍ରାୟ ୧୨ ଲକ୍ଷ ଯୁବକ-ଯୁବତୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୧.୬ ଲକ୍ଷ ପ୍ରବନ୍ଧ ଚୟନ ହୋଇଥିଲା। ଓମ୍ ପ୍ରକାଶଙ୍କ ପ୍ରବନ୍ଧ ସେଥିରେ ସ୍ଥାନ ପାଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଓମ୍ ପ୍ରକାଶଙ୍କ ଚିନ୍ତାଧାରା ଦେଶର ଅନ୍ତର୍ଭୁକ୍ତିମୂଳକ ବିକାଶ ଓ ମହିଳା ଶକ୍ତିର ଉନ୍ନୟନ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଏହା ଦେଶର ଯୁବ ପିଢ଼ିର ସୃଜନଶୀଳତା ଓ ଜାତୀୟ ପ୍ରଗତି ପ୍ରତି ଉତ୍ସର୍ଗର ଉଦାହରଣ ବୋଲି ସେ ଉଲ୍ଲେଖ କରିଥିଲେ। କେନ୍ଦ୍ରାପଡ଼ାର ଏହି ଯୁବକ ଓଡ଼ିଶାର ଗର୍ବ ହୋଇ ଉଠିଛନ୍ତି। ଏହି ଘଟଣା ଓଡ଼ିଶାର ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ସୁଜାତା ଭୂୟାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଓଡ଼ିଶାର ଏହି ଦୁଇ ପ୍ରତିଭା ଦେଶର ମହିଳା ଓ ଯୁବ ଶକ୍ତିର ଉଜ୍ଜ୍ୱଳ ଭବିଷ୍ୟତକୁ ସୂଚିତ କରୁଛି। ଓମ୍ ପ୍ରକାଶ ରଥଙ୍କ ସଫଳତା ପ୍ରମାଣ କରୁଛି ଯେ, ଛୋଟ ଛୋଟ ସ୍ୱପ୍ନ ଓ ପ୍ରଚେଷ୍ଟା ଦେଶ ନିର୍ମାଣରେ ବଡ଼ ଭୂମିକା ଗ୍ରହଣ କରିପାରେ। ଓଡ଼ିଶା ଗର୍ବିତ। କେନ୍ଦ୍ରାପଡ଼ାରୁ ଚିତ୍ତରଂଜନ ମହାନ୍ତି

Related Posts

ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

Continue reading
ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ