ମହମ୍ମଦ ମୋକିମଙ୍କୁ ଗୁରୁ ଦାୟିତ୍ୱ ମିଳିବ:ଭକ୍ତ

ଭୁବନେଶ୍ୱର: ପିସିସି ସଭାପତିଭାବେ ଭକ୍ତଚରଣ ଦାସ ଦାୟିତ୍ୱ ନେବା ପରେ ସେ ଦଳକୁ ସଜାଡ଼ିବା ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ଶ୍ରୀ ଦାସଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନ ମହମ୍ମଦ ମୋକିମ ଉପସ୍ଥିତ ନଥିବାବେଳେ ସୋମବାର ମୋକିମଙ୍କ ସମ୍ପର୍କରେ ଶ୍ରୀ ଦାସ ଏକ ବଡ଼ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମହମ୍ମଦ ମୋକିମଙ୍କୁ ଗୁରୁ ଦାୟିତ୍ୱ ମିଳିବ । ମୋକିମ ଜଣେ ଦକ୍ଷ ନେତା । ଆଗାମୀ ଦିନରେ ଦଳର ସ୍ୱାର୍ଥ ପାଇଁ ମୋକିମଙ୍କୁ ବଡ଼ ଦାୟିତ୍ୱ ମିଳିବ । ମୋକିମଙ୍କ ଭଳି ସଂଗଠକ କଂଗ୍ରେସରେ ବିରଳ । ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ । କାହା ଭିତରେ ମତଭେଦ ନାହିଁ । ଏକାଠି ହୋଇ ସମସ୍ତେ ଚାଲିବ । କଂଗ୍ରେସ ଦଳ ଆଗାମୀ ଦିନରେ ବିପ୍ଳବ ଆଣିବ । ଆଉ ଯୁବପିଢ଼ି କଂଗ୍ରେସର ଭବିଷ୍ୟତ ବୋଲି ଶ୍ରୀ ଦାସ କହିଛନ୍ତି ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ