ମହାକୁମ୍ଭ : ଦ୍ବିତୀୟ ଦିନରେ ବୁଡ଼ ପକାଇଲେ ୫ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ : ପବିତ୍ର ମକର ସଂକ୍ରାନ୍ତିି ଅବସରରେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଦ୍ବିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ପ୍ରଥମ ଶାହୀ ସ୍ନାନ (ଅମୃତ ସ୍ନାନ) ଅନୁଷ୍ଠିତ ହୋଇଛି। ପ୍ରବଳ ଥଣ୍ଡା ସତ୍ତ୍ବେ ପ୍ରାୟ ୫ କୋଟି ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିବା ଜଣାପଡିଛି। ଶାହୀ ସ୍ନାନ ତିଥିରେ ସଙ୍ଗମରେ ବୁଡ ପକାଇଲେ ସବୁ ପାପର ପ୍ରାୟଶ୍ଚିତ ଘଟୁଥାଏ ଏବଂ ପୁନର୍ଜନ୍ମ ହୁଏ ନାହିଁ ବୋଲି ପୌରାଣିକ ମତବାଦ ରହିଛି। ତେବେ ବିଧି ଅନୁଯାୟୀ ମଙ୍ଗଳବାର ନିରଞ୍ଜନି ଏବଂ ଆନନ୍ଦ ଆଖଡାର ସାଧୁମାନେ ପ୍ରଥମେ ବୁଡ ପକାଇଛନ୍ତି। ଏହାପରେ ସାଧାରଣ ଭକ୍ତଙ୍କୁ ବୁଡ ପକାଇବାର ସୁଯୋଗ ମିଳିଥିଲା। ନିରଞ୍ଜନି ଆଖଡା ପକ୍ଷରୁ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସନନ୍ଦ ଗିରି ଏବଂ ଆନନ୍ଦ ଆଖଡା ତରଫରୁ ଆଚାର୍ୟ୍ୟ ମଣ୍ଡଳେଶ୍ବର ବାଳକାନନ୍ଦ ଜୀ ମହାରାଜ ସାଧୁଙ୍କ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ଏମାନଙ୍କ ପରେ ଅନ୍ୟ ଆଖଡାର ସାଧୁଙ୍କୁ ବୁଡ ପକାଇବାର ସୁଯୋଗ ପ୍ରଦାନ କରାଯାଇଛି। ନାଗା ସାଧୁଙ୍କ ଆଗମନ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ହର ହର ମହାଦେବ, ଜୟ ଶ୍ରୀରାମ ଓ ଜୟ ଗଙ୍ଗା ମୈୟା ଧ୍ବନିରେ ମହାକୁମ୍ଭ ସ୍ଥଳ ପ୍ରକମ୍ପିତ ହୋଇପଡିଥିଲା।
ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ବାଣୀ ପ୍ରଚାର ପ୍ରସାର କାର୍ୟ୍ୟକୁ ଗୁରୁତ୍ବ ଦେଉଥିବାରୁ ମହାକୁମ୍ଭରେ ନିରଞ୍ଜନି ଆଖଡାର ଯଥେଷ୍ଟ ମହତ୍ତ୍ବ ରହିଛି। ଅପରପକ୍ଷରେ ଆନନ୍ଦ ଆଖଡା ସାଧୁମାନେ ସୂର୍ୟ୍ୟଙ୍କ ଉପାସନା କରିଥାନ୍ତି। ଏହି ଦୁଇ ଆଖଡା ବ୍ୟତୀତ ଅନ୍ୟ ୧୩ଟି ଆଖଡାର ସାଧୁମାନେ ପ୍ରଥମ ଶାହୀ ସ୍ନାନରେ ଅଂଶଗ୍ରହଣ କରିଛନ୍ତି। ସୋମବାର ପ୍ରଥମ ଦିନରେ ପ୍ରୟାଗରାଜରେ ୧.୬ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିଲେ।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ