ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ

ବିଶ୍ୱ ଶାନ୍ତି ପାଇଁ ଚାଲିଛି ପ୍ରାର୍ଥନା ଓ ମନ୍ତ୍ର ପାଠ। ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ପ୍ରାର୍ଥନାରେ କମ୍ପୁଛି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରି। ସ୍ନେହ, ପ୍ରେମ ଶ୍ରଦ୍ଧାର ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ଚାଲିଛି ପ୍ରାର୍ଥନା। ଗୌତମ ବୁଦ୍ଧଙ୍କ ପ୍ରତି ଆକୃଷ୍ଟ ହୋଇ ଏକାଠୀ ହେଲେ ୧୭ଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ। ଓଡ଼ିଶାରେ ବୌଦ୍ଧଙ୍କ କୀର୍ତ୍ତିରାଜ, ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି। ଯାଜପୁର ଉଦୟଗିରି ଓ ରତ୍ନଗିରିଠାରେ ୧୨ ତାରିଖରୁ ଆରମ୍ଭ ହୋଇଛି ବୌଦ୍ଧ ସମ୍ମିଳଳୀ। ଦ୍ଵିତୀୟ ବୁଦ୍ଧ ଭାବେ ଜଣାଶୁଣା ଗୁରୁ ପଦ୍ମସମ୍ଭାବଙ୍କ ନାଁରେ ପ୍ରଥମଥର ପାଇଁ ବିଶ୍ୱ ବୌଦ୍ଧ ସମ୍ମିଳଳୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଓ ଉଦରଗିରି ବୁଦ୍ଧ ମହୋତ୍ସବ କମିଟି ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି। ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସାମ୍ଭବଙ୍କ ଦେହାନ୍ତ ଏହି ଉଦୟଗିରିଠାରେ ହୋଇଥିଲା। ଏହିଠାରେ ବୁଦ୍ଧଙ୍କ ଜୀବନକାଳ କଟିଥିଲା। ସେଥିପାଇଁ ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୟଗିରି ଓ ରତ୍ନଗିରି ସହ ଲଳିତଗିରି ଆଦି ତିନୋଟି ସ୍ଥାନକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦେବାପାଇଁ ଦାବି କରାଯାଇଛି। ବୁଦ୍ଧଙ୍କ ନୀତି ବାଣୀ ପ୍ରଚାର ପ୍ରସାର ସହ ଲୋକଙ୍କୁ ଅବଗତ କରାଇବା ମୁଖ୍ୟ ଉଦ୍ଦଶ୍ୟ ବୋଲି ଧର୍ମାବଲମ୍ୱିମାନେ କହିଛନ୍ତି। ମୁଖ୍ୟ ଗୁରୁଜୀ କହିଛନ୍ତି, ଉଦୟଗିରି, ରତ୍ନଗିରି ଓ ଲଳିତଗିରିକୁ ଡାଇମଣ୍ଡ ଟ୍ରାଙ୍ଗେଲ୍ କୁହାଯାଉଛି। ଏଠାରେ ଗୁରୁ ପଦ୍ମସମ୍ଭାବଙ୍କ ଜନ୍ମ ହୋଇଥିଲା। ଏହି ସ୍ଥାନରେ ଧ୍ୟାନକରି ସିଦ୍ଧି ପାଇଥିଲେ। ଗୁରୁ ପଦ୍ମସମ୍ଭାବ ଏଠାରୁ ବୌଦ୍ଧ ଧର୍ମ ଗ୍ରହଣ କରି ତିବ୍ଦତ ଯାଇଥିଲେ। ତା’ପରେ ପୂରା ହିମାଳୟରେ ବୌଦ୍ଧ ଧର୍ମ ପ୍ରଚାର ପ୍ରସାର କରିଥିଲେ। ତେଣୁ ଏହି ସ୍ଥାନ ହେଉଛି ବହୁତ ବଡ଼ ପବିତ୍ର ସ୍ଥାନ। ବିଶ୍ୱଶାନ୍ତି ପାଇଁ ୨୬ ଜଣ ବୌଦ୍ଧ ଧର୍ମକୁ ସମ୍ମାନ ଜଣାଉଥିବା ଲୋକମାନେ ଏଠାକୁ ଆସି ଗୁରୁ ପଦ୍ମସମ୍ଭାବଙ୍କ ପୂଜା କରୁଛନ୍ତି। ୫ ଦିନ ଧରି ଏହି ପୂଜା ଚାଲିଛି ବୋଲି ଗୁରୁଜୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ଶାରେ ଏପରି ଏକ ପବିତ୍ର ସ୍ଥାନ ରହିଛି। ହେଲେ ଏ ସମ୍ପର୍କରେ କୌଣସି ଓଡ଼ିଆ ଜାଣିନାହାନ୍ତି। ତେଣୁ ଏହି ସ୍ଥାନକୁ ଆମେ ବିଶ୍ୱ ମାନଚିତ୍ରରେ ସ୍ଥାନୀତ କରିବାକୁ ଚେଷ୍ଟା କରୁଛୁ। ସମଗ୍ର ବିଶ୍ୱର ଲୋକମାନେ ଏଠାକୁ ଆସିଲେ ଜାଣିପାରିବେ ଏହି ସ୍ଥାନର ଇତିହାସ କଣ ଥିଲା? ସମଗ୍ର ବିଶ୍ୱରେ ଯେଉଁ ସବୁ ସ୍ଥାନରେ ବୌଦ୍ଧ ଧର୍ମ ପ୍ରସାରିତ ହୋଇଛି, ତାହାର ଆରମ୍ଭ ଓଡ଼ିଶାରୁ ହୋଇଥିଲା। ବୌଦ୍ଧ ଧର୍ମଗୁରୁମାନେ ପାରାଦୀପ ଦେଇ ବିଦେଶ ଯାଇଥିଲେ। ସେ କହିଛନ୍ତି, ଏହି ସ୍ଥାନ ହେଉଛି ପବିତ୍ର। ଏ ବର୍ଷ ପରି ଆସନ୍ତା ବର୍ଷ ମଧ୍ୟ ସମାରୋହ ଅନୁଷ୍ଠିତ ହେବ। ହେଲେ ଏଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଲୋକଙ୍କ ରହିବା ଓ ଖାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ସରକାରଙ୍କୁ ଅନୁରୋଧ ଆସନ୍ତା ବର୍ଷ ଏହି ପୀଠର ଉନ୍ନତି ଦିଗରେ କାମ କରିବେ ବୋଲି ଗୁରୁଜୀ କହିଛନ୍ତି।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି