ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ କାବୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ତଥା ବାଗେଡ଼ିଆ ଥାନା ଇଲାକାରେ ଗତ ରବିବାର ଏକ ଲଜ୍ଜାଜନକ ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ପାଳଲହଡ଼ା ଅଞ୍ଚଳରୁ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ଜଣେ ମହିଳାଙ୍କୁ ଟ୍ରାକ୍ଟରରେ କାମ କରୁଥିବା ୩ ଜଣ ଶ୍ରମିକ ଗଣଦୁଷ୍କର୍ମ କରିଛନ୍ତି । ଗତକାଲି ଏ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡ଼ିଛି ।ପ୍ରକାଶ ଯେ, ପୀଡ଼ିତାଙ୍କ ଘର ପାଳଲହଡ଼ା ଅଞ୍ଚଳରେ । ସେ ଗତ ୩ ତାରିଖରେ ତାଙ୍କର ଜଣେ ସମ୍ପର୍କୟଙ୍କ ଘରକୁ ଛେଣ୍ଡିପଦା ଆସିଥିଲେ । ସେହିଦିନ ଅପରାହ୍ଣ ୩ଟା ବେଳେ ସମ୍ପର୍କୀୟ ଭଣଜା ସହ ସେ ବାଇକ୍‌ରେ ଘରକୁ ଫେରୁଥିଲେ । ବାଟରେ ହୋଟେଲ୍‌ରେ ଖାଇବା ସହ ଚାରବାଟିଆଠାରେ ବାଇକ୍‌ରେ ପେଟ୍ରୋଲ ଭରିଥାନ୍ତେ । ହେଲେ ଅଧାରାସ୍ତାରେ ମହିଳା ଜଣକ ଶୌଚ ପାଇଁ ଯାଇଥିବାବେଳେ ଟ୍ରାକ୍ଟର୍‌ରେ ଆସୁଥିବା ବାରମଞ୍ଚା ଗ୍ରାମର ରଞ୍ଜନ କୁମାର ମୁଖୀ (୨୮) ସମେତ ଦୁଇ ନାବାଳକ ତାଙ୍କୁ ଦେଖିଥିଲେ । ମହିଳାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ବିରୋଧ କରିବାରୁ ତାଙ୍କର ସମ୍ପର୍କୀୟ ଭଣଜାକୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରି ଭଗାଇ ଦେଇଥିଲେ । ରଞ୍ଜନ ସମେତ ଦୁଇ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ସହ ମୋବାଇଲ୍‌ରେ ଭିଡ଼ିଓ ରେକର୍ଡ଼୍‌ କରିଥିବା ଗତକାଲି ବାଗେଡ଼ିଆ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ବୁଧବାର ପୁଲିସ ଡଗ୍‌ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲା । ବିଏନ୍‌ଏସ୍‌ ଦଫା ୭୦(୧), ୩୫୧(୩) ଏବଂ ସେକ୍ସନ୍‌ ୬୬ (ଇ) ଆଇଟି ଆକ୍ଟରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏସ୍‌ପିଙ୍କ ତତ୍ତ୍ୱାବଧାନରେ ପୁଲିସ୍‌ ପକ୍ଷରୁ ୩ଟି ସ୍କ୍ୱାଡ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଠାବ କରାଯିବା ସହ କାବୁ କରାଯାଇଥିଲା । ଶ୍ରମିକ ନିୟୋଜିତ ଥିବା ଟ୍ରାକ୍ଟର ସାଙ୍ଗକୁ ସେମାନଙ୍କ ଦ୍ୱାରା ବ୍ୟବହୃତ ଦୁଇଟି ମୋବାଇଲ୍‌ ଫୋନ୍‌, ପୋଷାକପତ୍ର ପୁଲିସ ଜବତ କରିଛି । ପୀଡ଼ିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • Related Posts

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

    କଟକ : କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ନଦୀକୂଳ ସାହିରୁ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଯୁବତୀଙ୍କ…

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ବନ୍ଦୋବସ୍ତ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା । ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ବୁଧବାର ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।…

    Leave a Reply

    Your email address will not be published. Required fields are marked *

    You Missed

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

    ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ