ମହିଳାଙ୍କୁ ଯୌନ ନିର୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି ପାଳନ କରାଯିବ: ମୁଖ୍ୟ ସଚିବ

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ମହିଳାଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଲାଗି ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି। ଏଣିକି ପ୍ରତ୍ୟେକ ସରକାରୀ କାର୍ୟ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ ଯୌନ ନିର୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି ପାଳନ କରାଯିବ। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ଏହି ନିର୍ଦେଶର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ବିଭାଗକୁ କୁହାଯାଇଛି। ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବ, ଆରଡିସି, ଜିଲାପାଳଙ୍କୁ ପତ୍ର ଲେଖି କାର୍ୟ୍ୟ କ୍ଷେତ୍ରରେ ଯୌନ ନିର୍ୟାତନା ନିରୋଧୀ ଆଇନ ଠିକ୍ ଭାବେ କାର୍ୟ୍ୟକାରୀ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ୧୦ରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନରେ ଆଭ୍ୟନ୍ତରୀଣ କମିଟି ଗଠନ କରି ମହିଳାଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସମାଧାନ ଅଗ୍ରାଧିକାର ଭିତ୍ତିରେ କରାଯିବ। ବିଭାଗୀୟ ତଥା ଶିକ୍ଷାନୁଷ୍ଠାନର ମୁଖ୍ୟ ନିୟମିତ ବ୍ୟବଧାନରେ କର୍ମଚାରୀଙ୍କ ମଧ୍ୟରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଏପରି ଅଭିଯୋଗ ଆସିଲେ ଧାର୍ୟ୍ୟ ସମୟ ଭିତରେ ସମାଧାନ କରାଯିବା ଆବଶ୍ୟକ। ଅନୁଷ୍ଠାନଗୁଡ଼ିକ ମହିଳା ନିର୍ୟାତନା ଅଭିଯୋଗ, ସମାଧାନ ପ୍ରକ୍ରିୟା ଆଦି ରେକର୍ଡ଼ଭୁକ୍ତ କରି ବାର୍ଷିକ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ। ଏସବୁ ପାଇଁ ବିଭାଗୀୟ ମୁଖ୍ୟ ଉତ୍ତରଦାୟୀ ରହିବେ। ମୁଖ୍ୟ ସଚିବ ପତ୍ରରେ ଦର୍ଶାଇଛନ୍ତି ଯେ କାଳବିଳମ୍ବ ନ କରି ସରକାରୀ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ ଅନୁଷ୍ଠାନରେ ତୁରନ୍ତ କମିଟି ଗଠନ କରାଯିବ।

ଆଗାମୀ ୬ ମାସ ଯାଏ ପ୍ରତି ମାସରେ କମିଟିର ବୈଠକ ବସି ଯୌନ ନିର୍ୟାତନା ବିରୋଧରେ ସଚେତନତା ଅଭିଯାନ ଚଳାଇବେ। ପରେ ନିୟମ ଅନୁସାରେ ପ୍ରତି ତିନି ମାସରେ ଥରେ ବୈଠକ ବସିବ। ସି-ବକ୍ସ ପୋର୍ଟାଲରେ କମିଟି ବିବରଣୀ ତଥା ରିପୋର୍ଟ ଅପଲୋଡ ତୁରନ୍ତ କରାଯିବ। ପୋର୍ଟାଲ ଜରିଆରେ ଅଭିଯୋଗ ଗ୍ରହଣ କରାଯିବ। ନିୟମିତ ବ୍ୟବଧାନରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ତଥା ସଚିବ ଏହି ଆଇନର କାର୍ୟ୍ୟକାରିତା ସମୀକ୍ଷା କରିବେ। ଶିକ୍ଷାନୁଷ୍ଠାନ ପରିଦର୍ଶନ ସମୟରେ ମଧ୍ୟ ଏହି ବିଷୟରେ ତର୍ଜମା କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।

  • Garvita Odia

    Related Posts

    ସ୍ବଚ୍ଛ ସହରରେ ନବମ ସ୍ଥାନରେ ଭୁବନେଶ୍ବର, ଆସିକା-ଚିକିଟି ସବୁଠୁ ସଫାସୁତୁରା

    ଭୁବନେଶ୍ବର: ସାରା ଭାରତରେ ପୁଣି ଚମକିଲା ଭୁବନେଶ୍ବର । ପ୍ରକାଶ ପାଇଛି ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ । ଜାତୀୟ ସ୍ତରରେ ନବମ ସ୍ଥାନ ହାସଲ କରିଛି ରାଜଧାନୀ ଭୁବନେଶ୍ବର । ପୂର୍ବ ବର୍ଷ ଭୁବନେଶ୍ବର ୩୪ତମ ସ୍ଥାନରେ ରହିଥିଲା । ସେହିପରି…

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ…

    Leave a Reply

    Your email address will not be published. Required fields are marked *

    You Missed

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

    ରାଜଧାନୀରେ  ଯୁବକଙ୍କୁ  ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    କାର୍‌ -ଟ୍ରକ ଧକ୍କା:୪ ମୃତ

    କାର୍‌ -ଟ୍ରକ ଧକ୍କା:୪ ମୃତ

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

    ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ  ଜନସ୍ୱାର୍ଥ ମାମଲା