ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH ଆଇନ,୨୦୧୩) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ ଏବଂ POSH ଆଇନ, ୨୦୧୩ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶପଥ ନେବେ। କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି ।

  • Garvita Odia

    Related Posts

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ ପୂର୍ବ କଟକଣା ପ୍ରତ୍ୟାହାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଘଣ୍ଟାଏରେ ବଦଳିଗଲା ନୋଟିସ। ସାଢ଼େ ୫ଟା ପରେ ବି କ୍ୟାମ୍ପସରେ ରହିପାରିବେ ଛାତ୍ରୀ ଓ ମହିଳା କର୍ମଚାରୀ। ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ…

    ସୃଷ୍ଟି ହୋଇପାରେ ପୁଣି ଏକ ଲଘୁଚାପ

    ଭୁବନେଶ୍ୱର: ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଜୁଲାଇ ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଜି ଅପରାହ୍ନରେ ବିଭାଗ ପକ୍ଷରୁ ଜାରି…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌