ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ – ଧର୍ମେନ୍ଦ୍ର

କୋଏମ୍ବାଟୁର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତରେ ଥିବାବେଳେ କୋଏମ୍ବାଟୁର ସ୍ଥିତ ଭାରତର ଅଗ୍ରଣୀ ପୋଷାକ ଉତ୍ପାଦନକାରୀ କମ୍ପାନୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି । ଗସ୍ତକାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ମିଲରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ଶୁଣିବା ସହ ଖୁସି ପ୍ରକାଶ କରିଥିଲେ । ସେ କହିଛନ୍ତି କେପିଆର ମିଲ୍ ନବସୃଜନ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଏବଂ ଭବିଷ୍ୟତ-କେନ୍ଦ୍ରିତ ଆଭିମୁଖ୍ୟ ଦ୍ୱାରା ଚାଳିତ ବୟନ କ୍ଷେତ୍ରରେ ଏକ ଅବିଶ୍ୱସନୀୟ ଛାପ ଛାଡିଛି । ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ । ଓଡ଼ିଶା ସମେତ ବହୁ ସଂଖ୍ୟକ ମହିଳାଙ୍କୁ ନିଯୁକ୍ତି ଦେଇ ଏହି କମ୍ପାନୀ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି । ଏହାଦ୍ୱାରା ମହିଳା କର୍ମଚାରୀମାନେ ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଶିକ୍ଷା ମାଧ୍ୟମରେ ଏକ ନୂଆ ଐତିହ୍ୟ ସୃଷ୍ଟି କରିପାରିଛନ୍ତି । କେପିଆର ମିଲ୍ ଲିମିଟେଡ୍ ଜନସାଧାରଣ ଏବଂ ଅର୍ଥନୀତିରେ ପୁଞ୍ଜିନିବେଶ କରିବାର ପରିଭାଷାକୁ ବଦଳାଇଛି । କେପିଆର ମିଲ୍ ଏହାର ମହିଳା କର୍ମଚାରୀଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବା ପାଇଁ ସୁଯୋଗ ଦେଉଛି । ମିଲ୍ ବାହାରେ ଉଜ୍ଜ୍ୱଳ କ୍ୟାରିଅର ସୁଯୋଗ ହାସଲ କରିବା ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି । କର୍ମଚାରୀଙ୍କୁ ସଶକ୍ତ କରିବାରେ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବାରେ ବିଶ୍ୱରେ ଏହି କମ୍ପାନୀ ଏକ ଉଦାହରଣ ତିଆରି କରିଛି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ କୋଏମ୍ବାଟୁର ଏବଂ ତିରୁପୁରର ପ୍ରତିଷ୍ଠିତ ଶିକ୍ଷାବିତ୍, ଶିଳ୍ପପତି ଏବଂ ବୁଦ୍ଧିଜୀବୀଙ୍କ ସହ ଶିକ୍ଷା, ଇନୋଭେସନ, ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗୀ କ୍ଷେତ୍ର ଉପରେ ଥିବା ସମ୍ଭାବନା ଉପରେ ବିସ୍ତୁତ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ବିଭିନ୍ନ ଦିଗ ଯଥା ମାତୃଭାଷା ଆଧାରିତ ଶିକ୍ଷା, କ୍ରେଡିଟ୍ ଫ୍ରେମଓ୍ୱାର୍କ ଏବଂ ଭବିଷ୍ୟତର ଦିଗ ଗୁଡ଼ିକ ଉପରେ ଚର୍ଚ୍ଚା କରିଥିଲେ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ