ମାସ ଶେଷ ସୁଦ୍ଧା ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭରୁ ଫେରିବା ପରେ ବିଜେପିର କୋର୍‌ କମିଟି ବୈଠକ ବସିବ । ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ମାସ ଶେଷ ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ସମେତ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ଶୁଣାଯାଉଛି । ବୋର୍ଡ ଓ ନିଗମରେ ନୂଆ ନିଯୁକ୍ତି ନେଇ ମଧ୍ୟ ଘୋଷଣା ହୋଇପାରେ ବୋଲି ବିଜେପି ସୂତ୍ରରୂ ସୂଚନା ମିଳିଛି ।

ମନ୍ତ୍ରି ମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ୨୧ ଜଣ ମନ୍ତ୍ରୀ ରହିପାରିବେ । କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ଅଛନ୍ତି । ଆହୁରି ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଛି । ଅନେକ ମନ୍ତ୍ରୀଙ୍କ ହାତରେ ଏକାଧିକ ଓଜନିଆ ବିଭାଗ ରହିଛି । କିଛି ମନ୍ତ୍ରୀଙ୍କ ଅଧୀନରେ ଦୁଇରୁ ତିନୋଟି ବିଭାଗ ଅଛି । ମୁଖ୍ୟମନ୍ତ୍ରୀ ବି ନିଜ ଗୁରୁଦାୟିତ୍ୱ ତୁଲାଇବା ସହ ଅର୍ଥ, ଗୃହ, ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ ବିଭାଗ କଥା ବୁଝୁଛନ୍ତି । ମନ୍ତ୍ରୀମାନେ ମାତ୍ରାଧିକ ଚାପରେ ଅଛନ୍ତି । ନିଜ ବିଭାଗ ଓ ସଂଗଠନକୁ ପର୍ୟ୍ୟାପ୍ତ ସମୟ ଦେବା ସମ୍ଭବ ହେଉ ନାହିଁ । ସେପଟେ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି । ମନ୍ତ୍ରୀ ପଦ ଆଶାରେ ଦଳୀୟ ବିଧାୟକମାନେ ଖୋଲାଖୋଲି ଇଚ୍ଛା ଜାହିର୍‌ କଲେଣି ।

ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉ ବୋଲି ଗଣମାଧ୍ୟମ ଆଗରେ ବିବୃତି ରଖିଲେଣି । ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଦଳୀୟ କସରତ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଏହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଭିତରେ ଆଲୋଚନା ସରିଛି । କୋର୍‌ କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ପୁଣି ଥରେ କୋର୍‌ କମିଟି ବୈଠକ ବସିବ। ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ରାଜ୍ୟ ସଭାପତିଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ