ମିଳିବନି ତ୍ରାହି: ଅସହ୍ୟ ହେବ ଗରମ ଆଉ ଗୁଳୁଗୁଳି

ଭୁବନେଶ୍ୱର: ତାତି ଏକାଥରକେ ୪ରୁ ୬ ଡିଗ୍ରୀ ବଢ଼ିଯିବ । ପ୍ରଚଣ୍ଡ ଖରା ଯୋଗୁ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ । ଆସନ୍ତା ୧୭ ତାରିଖ(ଶୁକ୍ରବାର) ଯାଏ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ ରହିବ ।
ମଙ୍ଗଳବାର ଦୁଇ ଜିଲ୍ଲା ବରଗଡ଼ ଓ ବଲାଙ୍ଗୀରରେ ଗ୍ରୀଷ୍ମଲହରୀ ବହିପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ । ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ରେ ୪୫ ଡିଗ୍ରୀ ଛୁଇଁ ଯାଇପାରେ । ଝାରସୁଗୁଡ଼ାରେ ୪୩, ବୌଦ୍ଧ ଓ ନୂଆପଡ଼ାରେ ୪୧ ଡିଗ୍ରୀ ରହିପାରେ । ୧୫ ଓ ୧୬ ତାରିଖରେ ବରଗଡ଼ ଓ ବଲାଙ୍ଗୀର ସମେତ ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମଲହରୀ ପ୍ରବାହିତ ହୋଇପାରେ । ଏଥିରେ ତତଲା ପବନ ବହିବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ। ସେହି ଦୁଇ ଦିନ ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଚିତ୍ର ଜାରି କରିଛି । ତାତି ଅଧିକ ରହିବା ସମ୍ଭାବନା ଥିବାରୁ ଖରାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।ସେହିଭଳି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ଗରମ ଓ ଗୁଳୁଗୁଳି ରହିବ ୧୭ ଓ ୧୮ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ରବିବାର ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ଭବାନୀପାଟଣା ଓ ବଲାଙ୍ଗୀରରେ ୪୧, ଝାରସୁଗୁଡ଼ାରେ ୪୦.୭, ହୀରାକୁଦରେ ୪୦ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୭.୭, କଟକରେ ୩୭.୪ଡିଗ୍ରୀ ରହିଥିଲା ।

  • Related Posts

    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading
    ଭୁବନେଶ୍ୱରକୁ ୬ଟି ଜୋନ୍‌ରେ ବାଣ୍ଟିଲା ବିଏମ୍‌ସି

    ଭୁବନେଶ୍ୱର,: ବିଏମ୍‌ସିି ୩ରୁ ୬ଟି ଜୋନ୍‌ରେ ବାଣ୍ଟି ହୋଇଛି । ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତି ଜୋନ୍‌ରେ ୧୨ ଲେଖାଁଏ ୱାର୍ଡ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ