ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ ଓରାମ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ୩ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା। ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ଆଲୋଚନା କରିଛନ୍ତି। ଜମି ଅଧିଗ୍ରହଣ କେତେ ଦୂର ଆଗେଇଛି ତାର ସମୀକ୍ଷା କରିଛନ୍ତି। ସେହିପରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହା ସହ ୨୧ ତାରିଖରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପଟେ ଉଚ୍ଚ ଶିକ୍ଷାରେ ଏସସି ଏସଟି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ଜୁଏଲ ଓରାମ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ