ମୁଖ୍ୟ ନିର୍ବାଚନ କମିଶନରଙ୍କଧଉଳି ଶାନ୍ତିସ୍ତୁପ ପରିଦର୍ଶନ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ଭୁବନେଶ୍ୱର ଫେରିବା ବାଟରେ ସେ ଧଉଳି ଶାନ୍ତିସ୍ତୁପ ଓ ପାଖରେ ଥିବା ଶିଳାଲେଖ ପରିଦର୍ଶନ କରି ବୌଦ୍ଧ ସଂସ୍କୃତି ଓ ଏହାର ଇତିହାସ ସମ୍ବନ୍ଧରେ ବୌଦ୍ଧ ସନ୍ୟାସୀଙ୍କ ଠାରୁ ଅବଗତ ହୋଇଥିଲେ । ଶାନ୍ତିସ୍ତୁପ ଉପରୁ ଭୁବନେଶ୍ୱର ସହର ଓ ଦୟା ନଦୀର ସୌନ୍ଦର୍ୟ୍ୟ ଅତୀବ ଚମତ୍କାର । ଭାରତ ଶାନ୍ତି ଓ ମୈତ୍ରୀ ପାଇଁ ସାରା ବିଶ୍ୱରେ ପରିଚିତ। ଧଉଳି ଶାନ୍ତିସ୍ତୁପରୁ ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ୱକୁ ଅଧିକରୁ ଅଧିକ ସମ୍ପ୍ରସାରିତ ହେଉ ବୋଲି ସେ କାମନା କରିଥିଲେ ।

ଅପରାହ୍ନରେ ମୁଖ୍ୟ ନିର୍ବାଚନ କମିଶନର ଉଦୟଗିରି ପାହାଡ଼ ଓ ତା ମଧ୍ୟରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ । ୨୦୦୦ ହଜାର ବର୍ଷ ପୂର୍ବରୁ ଏଭଳି ସୁନ୍ଦର ଓ ନିଖୁଣ ଗୁମ୍ଫା ଓ କାରୁକାର୍ୟ୍ୟ ଆମ ପୂର୍ବପୁରୁଷମାନେ ନିର୍ମାଣ କରିପାରିଥିଲେ ତାହା ଆଶ୍ଚର୍ୟ୍ୟାନ୍ବିତ ଓ ଗୌରବାନ୍ୱିତ କରୁଛି । ତା’ଠାରୁ ଅଧିକ ଆନନ୍ଦ ଦେଉଛି ଆମର ହଜାର ହଜାର ବର୍ଷର ସମୃଦ୍ଧ ସଂସ୍କାର ଓ ସଂସ୍କୃତି ଉଦୟଗିରି ପାହାଡ଼ରେ ଆଜି ମଧ୍ୟ ଜୀବନ୍ତ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପରେ ସେ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଭାସ୍କର୍ୟ୍ୟ ଦ୍ୱାରା ପ୍ରଭାବିତ ହେବା ସହ ସପରିବାର ଦେବାଦେବୀଙ୍କ ଆଶୀର୍ବାଦ ନେଇଥିଲେ ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ