ମେସି ଖେଳିବେ ୨୦୨୬ ବିଶ୍ୱକପ୍‌

ବୁଏନ୍ସ ଆଇରିସ୍‌: ୨୦୨୬ରେ ଆମେରିକା, ମେକ୍ସିକୋ ଓ କାନାଡାରେ ଆୟୋଜନ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିବା ନେଇ ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ମୁହଁ ଖୋଲିଛନ୍ତି। ଏହି ବିଶ୍ୱକପ୍‌ ଖେଳିବା ନେଇ ଚିନ୍ତା କରୁନାହିଁ ବୋଲି କହିଲେ ମୁଁ ମିଛ କହିବି ବୋଲି ମେସି କହିଛନ୍ତି। ଅର୍ଥାତ ପରୋକ୍ଷରେ ସେ ଆଗାମୀ ବିଶ୍ୱକପ୍‌ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି। ଆଗାମୀ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆହୁରି ୧୪ ମାସ ବାକି ରହିଛି। ମେସି ଆର୍ଜେଣ୍ଟିନା ତରଫରୁ ଏହି ବିଶ୍ୱକପ୍‌ ଖେଳିବା ନେଇ ଚର୍ଚ୍ଚା ଦୀର୍ଘଦିନରୁ ଚାଲି ଆସୁଛି। ୩୭ ବର୍ଷୀୟ ମେସି ଏପର୍ୟ୍ୟନ୍ତ ମୋଟ୍‌ ଉପରେ ୧୦୯୩ ମ୍ୟାଚ୍‌ ଖେଳିଛନ୍ତି। ସେ ଆର୍ଜେଣ୍ଟିନା ତରଫରୁ ୧୯୧ଟି ମ୍ୟାଚ୍‌ ଖେଳିସାରିଛନ୍ତି।

କିନ୍ତୁ ଆଗାମୀ ବିଶ୍ୱକପ୍‌ ଖେଳିବା ତାଙ୍କ ଫିଟ୍‌ନେସ ଉପରେ ନିର୍ଭର କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ବର୍ଷ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏବେ ସେ ଇଣ୍ଟର ମିଆମି ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି ଓ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି। ଦେଢ଼ ବର୍ଷ ହେବ ସେ ବାରମ୍ବାର ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ମେସି ମୋଟ୍‌ ଉପରେ ୭ଟି ମ୍ୟାଚ୍‌ ଖେଳି ୩ଟି ଗୋଲ ଦେବା ସହ ୨ଟି ଆସିଷ୍ଟ କରିଛନ୍ତି। ମେସିଙ୍କ ପ୍ରଦର୍ଶନ ବଳରେ ମିଆମି ୨୦୨୪ରେ ସପୋଟର୍ସ ସିଲ୍ଡ ହାସଲ କରିଥିଲା। କିନ୍ତୁ ଗତ ସେସନରେ ମିଆମି କୌରସି ଟ୍ରଫି ହାସଲ କରିବାରେ ସମର୍ଥ ହୋଇନାହିଁ। ତେଣୁ ବିଶ୍ୱକପ୍‌ ଖେଳିବା ନେଇ ଏବେଠାରୁ କିଛି କହିବା କଷ୍ଟକର। ତେଣୁ ସବୁ କିଛି ଫିଟ୍‌ନେସ୍‌ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ମେସି ୨୦୨୪ ଅକ୍ଟେବାରରେ ଶେଷଥର ପାଇଁ ଆର୍ଜେଣ୍ଟିନା ତରଫରୁ ଗୋଲ ସ୍କୋର କରିଥିଲେ। ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ ବିପକ୍ଷ ମ୍ୟାଚ୍‌ରେ ସେ ବଲିଭିଆ ବିପକ୍ଷରେ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଆଘାତ ସମସ୍ୟା ପାଇଁ ସେ ଗତ ୫ ମାସ ହେବ ଆର୍ଜେଣ୍ଟିନା ତରଫରୁ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଆଉ ଦୁଇମାସ ପରେ ତାଙ୍କୁ ୩୮ ବର୍ଷ ହେବ ଓ ବିଶ୍ୱକପ୍‌ ବେଳକୁ ୩୯ ବର୍ଷରେ ପଦାର୍ପଣ କରିବେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ