ମୋଦକ ଚୋରି ଘଟଣାକୁ କାହିଁକି ଚପାଇବାକୁ ଚାହୁଁଛନ୍ତି ମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: ମହାପ୍ରଭୁଙ୍କ ଚିକିତ୍ସା ଲାଗି ପ୍ରଯୁଜ୍ୟ ମୋଦକ ଚୋରି ହେବାର ଅଭିଯୋଗକୁ ଚପାଇଦେବା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିରର ପ୍ରଶାସନ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।
ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଛନ୍ତି ଯେ, ମହାପ୍ରଭୁଙ୍କ ଗୁପ୍ତ ସେବାର ଅଂଶ ଭାବେ କବିରାଜ ସେବକମାନେ ଦଶମୂଳ ମୋଦକ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଜମା ଦେଇଥାଆନ୍ତି। କିନ୍ତୁ ଦୁଃଖର ବିଷୟ ଭୋଗ ନିମନ୍ତେ ମୋଦକ ନେବା ସମୟରେ ମୋଦକ ଚୋରି ହୋଇଥିବା ଜଣାପଡିଲା। ବଡଠାକୁରଙ୍କ ବାଡଗ୍ରାହୀ ଏ ବିଷୟ ଲିଖିତ ଆକାରରେ ଜଣାଇଲା ପରେ ମଧ୍ୟ, ଆଇନମନ୍ତ୍ରୀ ଓ ମୁଖ୍ୟ ପ୍ରଶାସକ ଏହାକୁ ଚପାଇଦେବା ଉଦ୍ଦେଶ୍ୟରେ ଚୋରି ହୋଇନାହିଁ କହିବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି।
ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ଗତବର୍ଷ ରଥଯାତ୍ରା ସମୟରେ ବଡଠାକୁର ପଡିଯିବା ଘଟଣାର ରିପୋର୍ଟ ଆଜି ଯାଏଁ ମିଳିଲାନାହିଁ। ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ରଥ ଯାତ୍ରା ସୁରୁଖୁରୁରେ ହେବ ଏବଂ ଭଲ ଅନୁଭୂତି ନେଇ ଭକ୍ତମାନେ ଫେରିବେ। କିନ୍ତୁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାପ୍ରଭୁଙ୍କ ଗୁପ୍ତ ସେବାରେ ମାରା ହୋଇଥିବା ମୋଦକ ଲାଗି ହେବା ଦ୍ୱାରା ଭକ୍ତମାନଙ୍କ ମନ ଆନ୍ଦୋଳିତ ହୋଇଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଠାକୁରଙ୍କ ଯାତ୍ରାରେ ଏହି ବିଭ୍ରାଟ ଦେଖାଦେଇଛି। ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ମିଛ ପ୍ରଚାର କରି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଆଇନମନ୍ତ୍ରୀ ନୈତିକ ଦାୟିତ୍ୱ ବହନ କରି ନିଜ ପଦରୁ ଇସ୍ତଫା ଦିଅନ୍ତୁ।

  • Related Posts

    ମହୁଆଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା: ‘ରାଜନୀତିରେ ରହି ଅଣ୍ଡା ମାଡ଼କୁ ଡରୁଛ’

    ନୂଆଦିଲ୍ଲୀ: ଏକ ଅପରାଧିକ ମାମଲାରେ ପୁଲିସ ନିକଟରେ ପ୍ରତ୍ୟକ୍ଷ ହାଜର ହେବାକୁ କଲକାତା ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଚାଲେଞ୍ଜ କରିଥିବା ଟିଏମସି ସାଂସଦ ସୁପ୍ରିମକୋର୍ଟରେ ସମାଲୋଚିତ ହୋଇଛନ୍ତି। ପୁଲିସ ନିକଟରେ ପ୍ରତ୍ୟକ୍ଷ ପରିବର୍ତ୍ତେ ଆଭାସି (ଭର୍ଚୁଆଲ)ରେ ହାଜର ହେବାକୁ ମହୁଆ ସୁପ୍ରିମକୋର୍ଟଙ୍କୁ…

    Continue reading
    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ