ଯାଜପୁର,03।09:ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏଥିରେ ୧୦ ଜଣ ଆକ୍ରାନ୍ତ ହୋଇଥିଲେ । ସମେସ୍ତ ସୁସ୍ଥ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଗାଁର ଜଣେ ମହିଳା । ସେ ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତିର କାରଣ ନେଇ ଯାଜପୁର ମେଡିକାଲ କଲେଜ ଟିମ୍ ଏବଂ ପାଖ ସିଏଚସି ଯାଞ୍ଚ କରୁଛନ୍ତି । ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଟିମ୍ ମଧ୍ୟ ଗାଁରେ ପହଂଚି ଓ.ଆର.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଯୋଗାଇ ଦେଉଛନ୍ତି । ଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଭୂତଳ ଜଳ ପ୍ରଦୂଷଣ ଯୋଗୁଁ ଗାଁକୁ ଝାଡାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ଗାଁରେ ଶୌଚ ହେବାକୁ ଯଥେଷ୍ଟ ସ୍ଥାନ ନଥିବାରୁ ସମସ୍ତେ ଗୋଟିଏ ସ୍ଥାନକୁ ବ୍ୟବହାର କରୁଥିବାରୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ଲୋକ। ତଳୁଆ ଗାଁରୁ ପାଣି ଓ ଝାଡା ନମୁନା ପରୀକ୍ଷା ପାଇଁ ନିଆଯାଇଛି । ଯାଜପୁର ସିଡିଏମଓ ୩ ଦିନରେ ରିପୋର୍ଟ ଦେବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର
ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…




