ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ରାଜଭାଷା ହିନ୍ଦୀ ଏବଂ ପୋଷଣ ମାସ’ କର୍ମଶାଳା

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ୟ୍ୟାଳୟ ଏବଂ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି “ରାଜଭାଷା ହିନ୍ଦୀ କର୍ମଶାଳା ସହ ପୋଷଣ ମାସ” କାର୍ୟ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି।
ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ଅବସରରେ ବିଶେଷ ଅତିଥିଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡକ୍ଟର ସ୍ନେହଲତା ଦାଶ, ସ୍ଵତନ୍ତ୍ର ଅତିଥି ଭାବେ ମହିଳା ଏବଂ ଶିଶୁ ବିକାଶ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି, ରାଜଭାଷା ବିଭାଗର ସହାୟକ ନିର୍ଦ୍ଦେଶକ ସୁଶ୍ରୀ କିର୍ତ୍ତୀ ସିଂଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ରାଜଭାଷା ହିନ୍ଦୀର ପ୍ରଚାର ପ୍ରସାର ସହିତ ସରକାରୀ କାର୍ୟ୍ୟରେ ଏହାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ଏବଂ ପୋଷଣ ମାସ ପରିପ୍ରେକ୍ଷୀରେ ସାମାଜିକ ସଚେତନତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ୟ୍ୟକ୍ରମରେ ଆମନ୍ତ୍ରିତ ବିଶେଷଜ୍ଞମାନେ ରାଜଭାଷା ହିନ୍ଦୀର ଗୁରୁତ୍ୱ, ସରକାରୀ କାମରେ ଏହାର ପ୍ରୟୋଗ ଓ ପୋଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରାସଙ୍ଗିକ ବିଷୟରେ ଆଲୋକପାତ କରିଥିଲେ। ଭାଷା ଓ ପୋଷଣ ଉଭୟକୁ ସମାନ ଗୁରୁତ୍ୱ ଦେଇ ସମୃଦ୍ଧିର ପଥରେ ବଢିବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।
କାର୍ୟ୍ୟକ୍ରମରେ ସଭାପତିତ୍ୱ କରି ପିଆଇବି ଏଡିଜି ଶ୍ରୀ ମିଶ୍ର କହିଥିଲେ, ରାଜଭାଷା ହିନ୍ଦୀ କେବଳ ଏକ ମାଧ୍ୟମ ନୁହେଁ, ବରଂ ଦେଶର ସାମାଜିକ ଏବଂ ସାଂସ୍କୃତିକ ଏକତାର ପ୍ରତୀକ। ସରକାରୀ କାର୍ୟ୍ୟକଳାପରେ ରାଜଭାଷାର ସୁଚିନ୍ତିତ ପ୍ରୟୋଗ ଦ୍ୱାରା ସାଧାରଣ ନାଗରିକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପିତ ହୁଏ। ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ ସଚେତନତା କାର୍ୟ୍ୟକ୍ରମକୁ ହିନ୍ଦୀ ସହିତ ସ୍ଥାନୀୟ ଭାଷାରେ ଉପସ୍ଥାପନ କରିଲେ, ସାଧାରଣ ଲୋକଙ୍କ ପାଇଁ ଏହା ଅଧିକ ବୋଧଗମ୍ୟ ହୁଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରତ୍ୟେକ କାର୍ୟ୍ୟରେ ଭାଷାର ସମନ୍ୱୟକୁ ସୁନିଶ୍ଚିତ କରାଯାଉଛି।
ପୋଷଣ ମାସ ବିଷୟରେ ସେ କହିଥିଲେ ଯେ, ପୋଷଣ ସମ୍ପର୍କୀୟ ସଚେତନତା ମହିଳା, ଶିଶୁ ଓ ପରିବାର ପାଇଁ ସବୁଠାରୁ ଆବଶ୍ୟକ। ସୁସ୍ଥ ପରିବାର ହେଉଛି ସୁସ୍ଥ ସମାଜର ଆଧାର, ଏବଂ ସୁସ୍ଥ ସମାଜ ବିନା ଜାତୀୟ ଉନ୍ନତି ସମ୍ଭବ ନୁହେଁ। ସେ ଜୋର ଦେଇ କହିଥିଲେ, “ସୁସ୍ଥ ଜୀବନ ପାଇଁ ସମସ୍ତେ “ସଚେତନ ଓ ଉତ୍ତମ ଖାଦ୍ୟାଭ୍ୟାସ” ମନ୍ତ୍ରକୁ ଅନୁସରଣ କରିବା ଆବଶ୍ୟକ। ସଚେତନ ଖାଦ୍ୟାଭ୍ୟାସ ମହିଳା, ଶିଶୁ ଓ ପରିବାରର ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ ଏବଂ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରେ ବୋଲି ସେ କହିଥିଲେ।
ବିଶେଷ ଅତିଥି ଡକ୍ଟର ସ୍ନେହଲତା ଦାଶ କହିଥିଲେ, ରାଜଭାଷା ହିନ୍ଦୀ ହେଉଛି ଦେଶର ସାମାଜିକ, ସାହିତ୍ୟିକ ଓ ପ୍ରଶାସନିକ ଏକତାର ସେତୁ। ସେ କହିଥିଲେ, ହିନ୍ଦୀ କେବଳ ଏକ ଭାଷା ନୁହେଁ, ଏହା ଲକ୍ଷାଧିକ ଜନମାନସର ଭାବନା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ। ପ୍ରଶାସନିକ କାର୍ୟ୍ୟରେ ହିନ୍ଦୀ ଭାଷାର ବ୍ୟବହାର ବୃଦ୍ଧି ପାଇଲେ ସ୍ୱଚ୍ଛତା ଓ କାର୍ୟ୍ୟକୁଶଳତା ବଢ଼େ। ସାଧାରଣ ଲୋକଙ୍କ ସହ ସଂପର୍କ ଅଧିକ ସହଜ ଓ ପ୍ରଭାବଶୀଳ ହୁଏ। ସରକାରୀ କାର୍ୟ୍ୟରେ ଏହାର ପ୍ରୟୋଗ ଦ୍ୱାରା ପ୍ରଶାସନ ସୁଗମ ହେବା ସହିତ ସାଧାରଣ ଲୋକଙ୍କ ସହିତ ସରକାରୀ ବାର୍ତ୍ତାକୁ ସିଧାସଳଖ ପହଞ୍ଚାଇବାରେ ସହାୟତା ମିଳିଥାଏ।
ଡକ୍ଟର ଦାଶ ତାଙ୍କ ଅଭିଭାଷଣରେ ପୋଷଣ ମାସ ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଥିଲେ, “ସୁସ୍ଥ ଶରୀର ଓ ସୁସ୍ଥ ମାନସିକତା, ଏକ ସୁସ୍ଥ ଜାତିର ଆଧାର। ପୋଷଣରେ ଅଭାବ ଥିଲେ, କୌଣସି ଜାତିର ପ୍ରଗତି ସମ୍ଭବ ନୁହେଁ। ସେଥିପାଇଁ ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ସ୍ତରରେ ସୁସ୍ଥ ଖାଦ୍ୟାଭ୍ୟାସ, ସଚେତନତା ଓ ପ୍ରାୟୋଗିକ ପଦକ୍ଷେପ ଆବଶ୍ୟକ। ପରିଶେଷରେ ସେ ଶିକ୍ଷା, ପ୍ରଶାସନ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ରାଜଭାଷା ହିନ୍ଦୀର ବ୍ୟବହାରକୁ ସୁଦୃଢ କରିବା ସହିତ ପୋଷଣ ସଚେତନତାକୁ ବ୍ୟାପକ କରିବା ପାଇଁ ସମସ୍ତଙ୍କୁ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ।
ସ୍ଵତନ୍ତ୍ର ଅତିଥି ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି, କହିଥିଲେ ଯେ, ରାଜଭାଷାର ପ୍ରଚାର-ପ୍ରସାର ଏବଂ ସରକାରୀ କାର୍ୟ୍ୟକଳାପରେ ଏହାର ସଚେତନ ପ୍ରୟୋଗ ଏକ ଜାତୀୟ ଦାୟିତ୍ୱ। “ଭାଷା ହେଉଛି ସମ୍ପ୍ରସାରଣର ମୂଳ ଆଧାର। ରାଜଭାଷାର ବ୍ୟବହାର ବୃଦ୍ଧି ପାଇଲେ, ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ଅଧିକ ସ୍ପଷ୍ଟ, ସୁଗମ ଓ ସୁଦୃଢ ହେବ” ବୋଲି ସେ କହିଥିଲେ । ମହିଳା ଏବଂ ଶିଶୁ ସଶକ୍ତିକରଣ ବିଷୟରେ ଆଲୋକପାତ କରି ଶ୍ରୀମତୀ ମହାନ୍ତି କହିଥିଲେ, ପ୍ରତ୍ୟେକ ଶିଶୁର ଉପଯୁକ୍ତ ପୋଷଣ ଏବଂ ପ୍ରତ୍ୟେକ ମହିଳାଙ୍କ ସୁସ୍ଥତା, ଆଗାମୀ ପିଢ଼ିକୁ ସୁଦୃଢ କରିବାର ମୂଳ ଆଧାର। ସୁସ୍ଥ ପରିବାର ବିନା ସୁସ୍ଥ ଜାତିର ନିର୍ମାଣ ସମ୍ଭବ ନୁହେଁ।
ସେ ବିଶେଷକରି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା” ବିଷୟରେ ଉଲ୍ଲେଖ କରି କହିଥିଲେ, ଏହି ପ୍ରୟାସ ଗର୍ଭବତୀ ମାତା, ଶିଶୁ ଓ କିଶୋରୀମାନଙ୍କ ପୋଷଣ ସୁନିଶ୍ଚିତ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ନାରୀ ଓ ଶିଶୁ ସ୍ୱାସ୍ଥ୍ୟ ବିଷୟକୁ ବିଶେଷ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ଯଦି ନାରୀ ସୁସ୍ଥ ହେବେ ତେବେ ସମାଜ ସୁସ୍ଥ ହେବ। ସୁସ୍ଥ ଶିଶୁମାନେ ହେଉଛନ୍ତି ଆଗାମୀ ଭାରତର ମଜବୁତ ଆଧାର। ଏହି ଯୋଜନା ଦ୍ୱାରା ରାଜ୍ୟରେ ପୋଷଣ ସୂଚକାଙ୍କରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସେ କହିଥିଲେ, “ପୋଷଣ ମାସ କେବଳ ଜନସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ଜାତୀୟ ଉନ୍ନତିର ଅବିଚ୍ଛେଦ୍ୟ ଅଂଶବିଶେଷ। ସେଥିପାଇଁ ପ୍ରତ୍ୟେକ ସାଧାରଣ ନାଗରିକଙ୍କୁ ସଚେତନ ହେବା ଏବଂ ଏଥିରେ ସହଭାଗୀ ହେବା ଆବଶ୍ୟକ।”
ସମ୍ମାନିତ ଅତିଥି ସୁଶ୍ରୀ କିର୍ତି ସିଂହ, କହିଥିଲେ ଯେ, ରାଜଭାଷା ହିନ୍ଦୀ ଆମ ଦେଶର ପରିଚୟ, ଏକତା ଓ ସାଂସ୍କୃତିକ ସମ୍ପଦର ପ୍ରତୀକ। ଏହା ରାଷ୍ଟ୍ରୀୟ ଏକତା, ସାହିତ୍ୟିକ ଅଭିବ୍ୟକ୍ତି ଓ ପ୍ରଶାସନୀୟ ପାରଦର୍ଶିତାର ଦୃଢ ଭିତ୍ତି।
ସେ ଉଲ୍ଲେଖ କରିଥିଲେ ଯେ, ପ୍ରତ୍ୟେକ ସରକାରୀ କାର୍ୟ୍ୟାଳୟ ଓ ବିଭାଗରେ ରାଜଭାଷାର ଲେଖନୀ ଶୈଳୀରେ ପାର୍ଥକ୍ୟ ଦେଖାଯାଏ । କେଉଁଠି ଏହା ଅଧିକ ପ୍ରାୟୋଗିକ ଭାବରେ, କେଉଁଠି ସରଳ ରୂପରେ ପ୍ରୟୋଗ ହୋଇଥାଏ। କିନ୍ତୁ, ଏହି ପାର୍ଥକ୍ୟ ସତ୍ୱେ ରାଜଭାଷା ହିନ୍ଦୀର ମୂଳ ଉଦ୍ଦେଶ୍ୟ ସମାନ, ସରଳ, ସ୍ପଷ୍ଟ ଏବଂ ସମସ୍ତଙ୍କ ପାଇଁ ବୁଝିବା ଯୋଗ୍ୟ ।
ସୁଶ୍ରୀ ସିଂହ କହିଥିଲେ, ରାଜଭାଷାର ପ୍ରୟୋଗକୁ କେବଳ ଏକ ସରକାରୀ ଔପଚାରିକତା ଭାବେ ନୁହେଁ, ବରଂ ଉତ୍ସାହ ଓ ସହଭାଗୀତା ସହିତ ଅଙ୍ଗୀକାର କରିବା ଆବଶ୍ୟକ। ରାଜଭାଷାର ମୂଲ୍ୟ ସେତେବେଳେ ବଢ଼ିବ, ଯେତେବେଳେ ଆମେ ଏହାକୁ କେବଳ ନିୟମ କିମ୍ବା ବାଧ୍ୟକତା ଭାବେ ନୁହେଁ, ବରଂ ନିଜ କାର୍ୟ୍ୟଜୀବନ ଓ ଦୈନନ୍ଦିନ ଆଚରଣରେ ସହଜରେ ଅପଣାଇବା । ସେ ସମସ୍ତ ବିଭାଗର କର୍ମଚାରୀ ଏବଂ ଅଧିକାରୀଙ୍କୁ ନିଜ ଦସ୍ତାବିଜ, ଦୈନନ୍ଦିନ କାର୍ୟ୍ୟରେ ରାଜଭାଷାର ପ୍ରୟୋଗକୁ ଅଧିକ ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଦେଇଥିଲେ । ଏହା ଫଳରେ କେବଳ ରାଜଭାଷା ସୁଦୃଢ ହେବ ନାହିଁ, ବରଂ ସରକାର ଓ ନାଗରିକଙ୍କ ମଧ୍ୟରେ ବିଶ୍ୱାସ, ସଂଲଗ୍ନତା ଓ ଆତ୍ମୀୟତା ମଧ୍ୟ ବୃଦ୍ଧି ପାଇବ। ଶେଷରେ ସେ କହିଥିଲେ ଯେ, ରାଜଭାଷା ହିନ୍ଦୀର ସମୃଦ୍ଧି ଓ ସୁଦୃଢ ପ୍ରୟୋଗ ହିଁ ଆମ ପ୍ରଶାସନକୁ ଅଧିକ ପାରଦର୍ଶୀ ଓ ପ୍ରଭାବଶାଳୀ କରିବ।
ଏହି କାର୍ୟ୍ୟକ୍ରମରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡା. ଅଭିଷେକ ମିଶ୍ରା, ଆକାଶବାଣୀ ସମାଚାର ବିଭାଗ ମୁଖ୍ୟ ଡ. ସତ୍ୟନାରାୟଣ ପଟ୍ଟନାୟକ ଓ ସହାୟକ ନିର୍ଦ୍ଦେଶକ ତପନ କୁମାର ମହାରଣା, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ସହାୟକ ନିର୍ଦ୍ଦେଶକ ମନମୋହନ ପାଢ଼ୀ, ଜିତେନ୍ଦ୍ର ପ୍ରଧାନ, ପାର୍ଥସାରଥୀ ମଲ୍ଲିକ, କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା, ପତ୍ର ସୂଚନା କାର୍ୟ୍ୟାଳୟର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିଆଇବିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ତାପସ ପାଲ୍ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ