ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ସମ୍ପତ୍ତି ସଂକ୍ରାନ୍ତୀୟ ମିଥ୍ୟା ତଥ୍ୟ ଦେବେ ଅଥବା ବିଳମ୍ବ କରିବେ ତାଙ୍କୁ ଦଣ୍ଡିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ (ସଂଶୋଧନ) ନିୟମାବଳୀ-୨୦୨୧ର ନିୟମ ୨୧(୪) ଅନୁଯାୟୀ, ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ ମାଧ୍ୟମରେ ବାର୍ଷିକ ସମ୍ପତ୍ତି ବିବରଣୀ (ଏପିଆର୍‌) ଦାଖଲ କରିବା ବାଧ୍ୟତାମୂଳକ। କିନ୍ତୁ ଅନ୍‌ଲାଇନ ବ୍ୟବସ୍ଥା ଥିବା ସତ୍ତ୍ବେ ବହୁସଂଖ୍ୟକ କର୍ମଚାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏପିଆର୍‌ ଦାଖଲ କରୁନାହାନ୍ତ। ଏପିଆର୍‌ ବିଳମ୍ବରେ କିମ୍ବା ଦାଖଲ ନ କରିବା ପାଇଁ ଉକ୍ତ ନିୟମାବଳୀରେ କୌଣସି ସ୍ପଷ୍ଟ ଦଣ୍ଡବିଧାନ ନାହିଁ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ଏପିଆର୍‌ ଦାଖଲ ନ କଲେ ନିୟମ ଅନୁଯାୟୀ ଲଘୁଦଣ୍ଡ ବ୍ୟବସ୍ଥା କରାଯିବ। ଏତଦ୍ୱରା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଏବଂ ବ୍ୟବହାରିକ ହୋଇପାରିବ। ଅସମ୍ପୂର୍ଣ, ବିଭ୍ରାନ୍ତିକର କିମ୍ବା ମିଥ୍ୟା ସମ୍ପତ୍ତି ବିବରଣୀ ଦାଖଲ କରିବା କ୍ଷେତ୍ରରେ ନିୟମ-୧୫ ଅନୁଯାୟୀ ଗୁରୁତର ଦଣ୍ଡରେ ଦଣ୍ଡିତ ଲାଗି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି।
ମୁଖ୍ୟ ସଚିବ କହିଛନ୍ତି, ଏହି ଅବସରରେ ଓଡ଼ିଶା ରାଜ୍ୟ ବିଧି ଆୟୋଗର ଅଣ-ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି ସମ୍ପର୍କିତ ୨୦୧୬ ସଂକଳ୍ପରେ ସଂଶୋଧନ ଅଣାଯାଇଛି। ଆୟୋଗର ଅଣ-ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟମାନେ ଆଇନଗତ ଗବେଷଣା, ନୀତି ବିଶ୍ଳେଷଣ ଏବଂ ଆଇନ ସଂସ୍କାରରେ ଅବଦାନ ରଖନ୍ତି। ପ୍ରାୟ ଏକ ଦଶନ୍ଧି ଧରି ପ୍ରତି ମାସରେ ପ୍ରଚଳିତ ୭୫,୦୦୦ଟଙ୍କା ପାରିଶ୍ରମିକ ଅପରିବର୍ତ୍ତିତ ଥିବାରୁ ସରକାର ଏହାକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ, ‘ବେତନ’ଶବ୍ଦକୁ ‘ପାରିତୋଷିକ’ ସହିତ ପ୍ରତିସ୍ଥାପିତ କରିବା ଏବଂ ମାସିକ ପାରିତୋଷିକ ବାବଦକୁ ୭୫,୦୦୦ଟଙ୍କାରୁ ୧ଲକ୍ଷ ୨୦,୦୦୦ ଟଙ୍କାକୁ ବୃଦ୍ଧି କରି ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅବସରପ୍ରାପ୍ତ ସଦସ୍ୟମାନେ ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ସହିତ ସଂଶୋଧିତ ପାରିତୋଷିକ ପାଇବେ, ମାତ୍ର ଯାତ୍ରା ଭତ୍ତା ଏବଂ ଅନ୍ୟାନ୍ୟ ଗ୍ରହଣୀୟ ସୁବିଧା ଅପରିବର୍ତ୍ତିତ ରହିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ