ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ସ୍ନାତକ(+୩) ନାମଲେଖା ଶନିବାର ଶେଷ ହୋଇଛି। +୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଖୁବ୍‌ଶୀଘ୍ର +୩ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଫଳରେ ଇନ୍‌ଷ୍ଟାଣ୍ଟ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀ ନାମଲେଖା ସୁଯୋଗ ପାଇବେ। ସ୍ନାତକ(+୩)ରେ ମୋଟ ୨,୭୪, ୧୫୩ ଆସନ ଥିଲା। ପ୍ରଥମ ପର୍ୟ୍ୟାୟରେ ମୋଟ ୧ ଲକ୍ଷ ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୧୦୫୩ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମୋଟ ୯୦ ହଜାରରୁ ଅଧିକ ଆସନ ଖାଲି ରହିଛି। ଆଜି ଥିଲା ତତ୍କାଳ ନାମଲେଖାର ଅନ୍ତିମ ଅବଧି। କଳାରେ ସର୍ବାଧିକ ୧ ଲକ୍ଷ ୧୩ ହଜାର ୯୬୮ ଛାତ୍ରଛାତ୍ରୀ ନାମଲେଖାଇଥିବାବେଳେ ସଂସ୍କୃତରେ ସର୍ବନିମ୍ନ ୩ ହଜାର ୧୯୮ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଦ୍ବିତୀୟ ପର୍ୟ୍ୟାୟ ନାମଲେଖା‌ର ଛାତ୍ରଛାତ୍ରୀଙ୍କୁ କୌଣସି ସଂରକ୍ଷଣ ମିଳିବ ନାହିଁ। ଦ୍ବିତୀୟ ପର୍ୟ୍ୟାୟରେ ଖାଲି ଆସନରେ ଗୋଟିଏ ଥର ତତ୍କାଳ ନାମଲେଖା ଅନୁଷ୍ଠିତ ହେବ। +୨ ମାର୍କ ଆଧାରରେ ମେଧା ତାଲିକା ପ୍ରକାଶ ପାଇବ।

  • Garvita Odia

    Related Posts

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    କଟକ: ସ୍ପେସାଲ୍ ଓଟିଇଟି 2025 ବାତିଲ । ମଧ୍ୟ ରାତ୍ରରେ ଏହି ପରୀକ୍ଷା ବାତିଲ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ଏହି ପରୀକ୍ଷା ଥିବା ବେଳେ ଏହାକୁ ବୋର୍ଡ ବାତିଲ କରିଛି । ମାଧ୍ୟମିକ ଶିକ୍ଷା…

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    କୋରାପୁଟ: କୋରାପୁଟରେ ଭୟଙ୍କର ସଡକ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ମୃତ, ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ସୁନାବେଡା ଏନଏଚ୍ ୨୬ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସୁନାବେଡା ହାଲ୍…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା