ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ୩ ପୋଲିସ ସସପେଣ୍ଡ

ଯାଜପୁର: ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲ ଭର୍ତ୍ତି କରାଯାଇଛି । ହାଜତରେ ନିର୍ୟାତନା ଅଭିଯୋଗକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଖଣ୍ଡନ କରିଥିବା ବେଳେ ଏହି ଘଟଣାରେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।ଗତ ଅଗଷ୍ଟ ୩ରେ ଏକ ପାରିବାରିକ ଝଗଡା ମାମଲାର ଏତଲା ଆଧାରରେ ଯାଜପୁର ଅଣକା ପଞ୍ଚାୟତ ମହୀପୁର ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କୁ ଉଠାଇ ଆଣିଥିଲା ବାଲିଚନ୍ଦ୍ରପୁର ପୋଲିସ । ସେହି ଦିନ ଯୁବକ ଜଣଙ୍କ ଥାନାରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲା ପୋଲିସ । ଏନେଇ ପରିବାରଲୋକେ ଅଭିଯୋଗ ଆଣିଛନ୍ତି ରବିନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇଛି । ଏପରିକି ପରିବାର ଲୋକଙ୍କୁ ନଜଣାଇ କଟକ ଏସସିବି ପଠାଇ ଦିଆଯାଇଛି ।ସେପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଏହାକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି, ଗତ ଅଗଷ୍ଟ ୩ରେ ପ୍ରତିମା ମଲ୍ଲିକଙ୍କ ରିପୋର୍ଟ ଅନୁସାରେ ରବୀନ୍ଦ୍ର ମଲ୍ଲିକ ଆଉ ୪ଜଣଙ୍କ ନାଁରେ ରିପୋର୍ଟ ହେଇଥିଲା କ୍ଷ ଏନେଇ କେସ ରୁଜୁ ହୋଇଥିଲା । ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର ମଲ୍ଲିକକୁ ଥାନାରେ ବସେଇ ଥିଲେ କ୍ଷ ହଠାତ୍‌ ରାତିରେ ରବିନ୍ଦ୍ରଙ୍କ ବାନ୍ତି ହୋଇଥିଲା । ଦେହ ଖରାପ ହେବାରୁ ଆମେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଥିଲୁ । ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାର ତଦନ୍ତ ଚାଲିଛି । ତେବେ ଯେଉଁ ଅଭିଯୋଗ ରହିଛି । ଯୁବକଙ୍କୁ ନିର୍ୟାତନାର ଏହା ସମ୍ପୂର୍ଣ୍ଣ ଅସତ୍ୟ ।’

  • Related Posts

    Breastfeeding brings the child closer to the mother’s heart : Dy CM Smt. Pravati Parida

    Bhubaneswar: The State-Level celebration of World Breastfeeding Week 2025 was held today at the Lok Seva Bhawan Convention Centre in Bhubaneswar, under the leadership of the Department of Women and…

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ…

    Leave a Reply

    Your email address will not be published. Required fields are marked *

    You Missed

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ