ଯେପର୍ଯ୍ୟନ୍ତ ମୁଁ ଚାହିଁବି ସେପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିପାରିବି

ଆଇପିଏଲ 18 ତମ ସଂସ୍କରଣର ତୃତୀୟ ମ୍ଯାଚ ଆଜି ସନ୍ଧ୍ୟା ସମୟରେ ଚେପକ ଷ୍ଟାଡିମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ଯରେ ଖେଳାଯିବ । ଏହା ପୂର୍ବରୁ ଏମ ଏସ ଧୋନିଙ୍କ ଅବସର ନେଇ ବଡ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସ ଭାବୁଛନ୍ତି ଯେ, ଚଳିତ ସିଜିନ ଶେଷ ହେବା ପରେ ଧୋନି ଅବସର ନେଇଯିବେ । ଏହାକୁ ନେଇ ନିଜ ନୀରବତା ଭାଙ୍ଗିଛନ୍ତି ଏମଏସଡି । ଅବସରକୁ ନେଇ ହେଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।
ଜିଓ ହଟଷ୍ଟାରକୁ ଦେଇଥିବା ଏକ ସାକ୍ଷାତକାରରେ ଧୋନି କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଚାହିଁବି ସେପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିପାରିବି, କାରଣ ଏହା ମୋର ଫ୍ରାଞ୍ଚାଇଜ୍, ଯଦି ମୁଁ ହ୍ୱିଲଚେୟାରରେ ବି ଥିବି ତେବେ ଏହା ମୋତେ ଟାଣି ନେବ ।’ ଏହା କହିବା ପରେ ଧୋନି ହସିଥିଲେ ।ଅବସରକୁ ନେଇ ଧୋନି ଦେଇଥିବା ମନ୍ତବ୍ୟ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି କରିଦେଇଛି । କିନ୍ତୁ ସେ ଏହା ମଜାରେ କହିଛନ୍ତି । ମହେନ୍ଦ୍ର ସିଂ ଧୋନି ଆଇପିଏଲର ୧୮ତମ ସିଜିନର ସବୁଠାରୁ ବୟସ୍କ ଖେଳାଳି । ତାଙ୍କର ବୟସ ୪୩ ବର୍ଷ । ଏହି କାରଣରୁ, କ୍ରିକେଟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ସେ ଏହି ସିଜିନ ପରେ IPLରୁ ଅବସର ଘୋଷଣା କରିବେ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ