ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଆଇପିଏଲ୍‌ ଆରମ୍ଭ

କୋଲକାତା: ଇଡେନ୍ ଗାର୍ଡେନ୍‌ସରେ ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ସହ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ର ବିଗୁଲ୍‌ ବାଜିଛି। ଶନିବାର ସନ୍ଧ୍ୟାରେ ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାଁ। ଘରୋଇ ଦଳ କଲକାତା ନାଇଟ୍‌ ରାଇଡର୍ସର ମାଲିକ ଭାବେ ଶାହ୍‌ରୁଖ୍‌ ଆଇପିଏଲ୍‌ର ୧୮ଶ ସଂସ୍କରଣର ୧୦ଟି ଦଳ ସହ ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଗୋଟିଏ ବର୍ଷର ଅପେକ୍ଷା ପରେ ଆଇପିଏଲ୍‌ ଆରମ୍ଭ ହୋଇଛି। ବଲିଉଡ୍‌ର ନାମୀ ଗାୟିକା ଶ୍ରେୟା ଘୋଷାଲ ପ୍ରଥମେ ମଞ୍ଚ ଉପରକୁ ଆସିଥିଲେ। ତାଙ୍କ ମିଠା ସ୍ବରରେ ଶ୍ରେୟା ସମବେତ ୭୦ ହଜାର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଭୁଲ୍‌ ଭୁଲେୟାର ‘ଆମି ଜୋ ତୋମାର୍‌’ ଗୀତରୁ ଶ୍ରେୟା କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ। ପରେ ଦିୱାନ୍‌ଗି ଦିୱାନ୍‌ଗି, ଢୋଲ୍‌ ବାଜେ, ମା’ ତୁଝେ ସଲାମ୍‌ ପରି ସୁପରହିଟ୍‌ ଗୀତ ଗାଇ ଶ୍ରେୟା ଘୋଷାଲ ସମସ୍ତଙ୍କ ମନ ଜିଣିିଥିଲେ। ପରେ ବଲିଉଡ୍‌ ନାୟିକା ଦିଶା ପଟ୍‌ନି ଏକ ଲୋକପ୍ରିୟ ସଂଗୀତରେ ନୃତ୍ୟ କରିଥିଲେ। ହେଲେ ତାଙ୍କ ପ୍ରଦର୍ଶନ ବେଳେ ବୈଷୟିକ ତ୍ରୁଟି ଯୋଗୁଁ ସିଧା ପ୍ରସାରଣ କିଛି ମିନିଟ ପାଇଁ ବନ୍ଦ ହୋଇ ଯାଇଥିଲେ। ପରେ ନାମୀ ଗାୟକ ତଥା ରାପର୍ କରଣ ଆୟୁଲ୍ୟା ସଂଗୀତ ପରିବେଷଣ କରିଥିଲେ। ପରେ ଚିତ୍ତାକର୍ଷକ ଲେଜର ସୋ’ ହୋଇଥିଲା। ଏହାପରେ ଏକମାତ୍ର ଖେଳାଳି ଭାବେ ଗୋଟିଏ ଫ୍ରାଞ୍ଚାଇଜି ପାଇଁ ୧୮ଟିଯାକ ସଂସ୍କରଣ ଖେଳିଥିବା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ଶାହ୍‌ରୁଖ ମଞ୍ଚ ଉପରକୁ ଡାକିଥିଲେ। ଦୁହେଁ କିଛି ସମୟ ଆଳାପ କରିଥିଲେ। ରିଙ୍କୁ ସିଂହ ମଧ୍ୟ ମଞ୍ଚ ଉପରକୁ ଆସିଥିଲେ। ପରେ ଶାହ୍‌ରୁଖଙ୍କ ସହ ବିରାଟ ଓ ରିଙ୍କୁ ମଧ୍ୟ ନୃତ୍ୟ କରିଥିଲେ। ଆଇପିଏଲ୍‌ର ୧୮ଶ ସଂସ୍କରଣ ଆରମ୍ଭ ପୂର୍ବରୁ କେକ୍ କଟା ଯାଇଥିଲା। ପରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ର ଦୁଇ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରଜତ ପଟିଦାର ମଧ୍ୟ ମଞ୍ଚ ଉପରକୁ ଆସିଥିଲେ। ବିସିସଆଇ ସଭାପତି ରଜର ବିନ୍ନି, ସମ୍ପାଦକ ଦେବଜିତ ସାଇକିଆ, ଉପସଭାପତି ରାଜୀବ ଶୁକ୍ଳା, ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲ ପ୍ରମୁଖ ମଞ୍ଚ ଉପରକୁ ଆସିଥିଲେ। କଲକାତାରେ ଶନିବାର ଆଇପିଏଲ୍‌ ଆରମ୍ଭ ହୋଇଥିବା ବେ​‌ଳେ ମେ’ ୨୫ରେ ଏହିଠାରେ ହିଁ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ଗତବର୍ଷ ପରି ଏଥର ମଧ୍ୟ ଦେଶର ୧୩ଟି ସହରରେ ଆଇପିଏଲ୍‌ ଖେଳାଯିବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ