ରାଇକିଆରେ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ସାଙ୍ଗଠନିକ ବୈଠକ,ମହିଳା ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ପରାମର୍ଶ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବିଜେପି କାର୍ଯ୍ୟାଳୟଠାରେ ରାଇକିଆ ମଣ୍ଡଳ ମହିଳା ମୋର୍ଚ୍ଚାର ପ୍ରଥମ ସାଙ୍ଗଠନିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଇକିଆ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଦୀପାଞ୍ଜଳି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମହିଳା ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ସହ ତୃଣମୂଳସ୍ତରରେ ସଂଗଠନର କାର୍ଯ୍ୟକଳାପ ବଢ଼ାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ରାଇକିଆ ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ,ଜିଲ୍ଲା ଉପସଭାପତି ଶ୍ରୀମତୀ ଝୁଲିମା ଦଳବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନା ପ୍ରଧାନ, ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ସନକ ଦିଗlଳ ପ୍ରମୁଖ ଯୋଗଦେଇଥିଲେ।ବୈଠକରେ ଉପସ୍ଥିତ ନେତୃବୃନ୍ଦ ମହିଳାମାନଙ୍କ ଭୂମିକା ଓ ସଂଗଠନରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ଆଲୋକପାତ କରିଥିଲେ। ମଣ୍ଡଳର ପ୍ରତ୍ୟେକ ପଞ୍ଚାୟତ ଓ ବୁଥ୍‌ସ୍ତରରେ ମହିଳା ସଂଗଠନକୁ ଅଧିକ ସକ୍ରିୟ କରିବା, ନୂଆ କର୍ମକର୍ତ୍ତାଙ୍କୁ ସଂଗଠନ ସହ ଯୋଡ଼ିବା ଏବଂ ମହିଳାମାନଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରଖି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ ହେବା ନେଇ ପରାମର୍ଶ ଦିଆଯାଇଥିଲା।
ମହିଳା ମୋର୍ଚ୍ଚାର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଗାଁ ଓ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସଂଗଠନରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ରହିଲେ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ଆହୁରି ଗତିଶୀଳ ହୋଇପାରିବ ବୋଲି ଉପସ୍ଥିତ ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ।ଏହାସହ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସାଙ୍ଗଠନିକ ଓ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା, ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ତୃଣମୂଳସ୍ତରରେ ସଂଗଠନର ଉପସ୍ଥିତିକୁ ମଜଭୁତ କରିବା ନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତ ଓ ବୁଥ୍‌ସ୍ତରରେ ମହିଳା କର୍ମକର୍ତ୍ତାଙ୍କୁ ନେଇ ନିୟମିତ ବୈଠକ କରି ସାଙ୍ଗଠନିକ କାର୍ଯ୍ୟକୁ ଆଗେଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଦୀପାଞ୍ଜଳି ନାୟକ ଆଗାମୀ ଦିନରେ ସମସ୍ତ ମହିଳା କର୍ମକର୍ତ୍ତାଙ୍କ ସହଯୋଗରେ ମଣ୍ଡଳରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ମତ ରଖିଥିଲେ। ବୈଠକରେ ମହିଳା ମୋର୍ଚ୍ଚାର ବିଭିନ୍ନ ପଦାଧିକାରୀ, କର୍ମକର୍ତ୍ତl ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ