ରାଗିଂ: ୧୦ ରେଭେନ୍ସା ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ ହଷ୍ଟେଲରେ ରହୁଥିବା ୟୁଜି ପ୍ରଥମ ବର୍ଷର ଛାତ୍ରଙ୍କୁ କିଛି ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରବିବାର ବିଳମ୍ବିତ ରାତିରେ ଖବର ପାଇଁ ହଷ୍ଟେଲରେ ପହଞ୍ଚିଥିଲେ କୁଳପତି, ୱାଡେନ ଏବଂ ଅନ୍ୟ ଅଧ୍ୟାପକ ।
ନିକଟରେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ନାମଲେଖା ହୋଇଥିବାରୁ ନୂଆ ଛାତ୍ରମାନେ କ୍ୟାମ୍ପସକୁ ଆସି ରହିଛନ୍ତି । ବାହାର ଜିଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ଇଷ୍ଟ ହଷ୍ଟେଲରେ ପ୍ରାୟ ୪୦ରୁ ଅଧିକ ୟୁଜି ଛାତ୍ର ମାନେ ହଷ୍ଟେଲରେ ରହିଥିବା ବେଳେ ପ୍ରଥମ ଦିନ ତୃତୀୟ ବର୍ଷର ଛାତ୍ରମାନେ ସେମାନଙ୍କୁ ପରିଚୟ ପ୍ରଦାନ କରିବା ଆଳରେ ରାଗିଂ କରିଥିବା ଅଭିଯୋଗ ହୋଇଛି ।

  • Garvita Odia

    Related Posts

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଭୁବନେଶ୍ୱର: ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ିହେବାର ସପ୍ତାହେ ପରେ ପୁଣି ଘଟିଲା ବଳଙ୍ଗା ନାବାଳିକା ପୋଡ଼ି ମାମଲା ଯାହାକୁ ନେଇ ଖୋଲାରେ ପେଟ୍ରୋଲ୍‌ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ…

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଭୁବନେଶ୍ୱର: ଖୋଲିଲା ୪୬ ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି । ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ରେ ସର୍ବାଧିକ ୨୨ ଟି ଥିବା ବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର