ରାଜଧାନୀ ଦିଲ୍ଲୀରେ ଯମୁନା ପାଣି ପ୍ରବେଶ ପରିସ୍ଥିତି ଜଟିଳ

ନୂଆଦିଲ୍ଲୀ,03।09: ରବିବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାରୁ ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଜଟିଳ ହୋଇପଡିଛି। ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବାବେଳେ ନଦୀକୂଳରେ ଥିବା ଏକାଧିକ କଲୋନୀରେ ପାଣି ପ୍ରବେଶ କରିଥିବା ଲକ୍ଷ୍ୟ କରାଯାଇଛି। ଯମୁନା ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ନଦୀ ଜଳସ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହରିୟାଣାର ଯମୁନା ନଗର ଜିଲାରେ ଥିବା ହଥନିକୁଣ୍ଡ ଡ୍ୟାମ୍‌ର ଏକାଧିକ ଫାଟକକୁ ଖୋଲାଯାଇ ବର୍ଷାଜଳ ନିଷ୍କାସନ କରାଯାଉଛି। ଆଇଏମଡି ପକ୍ଷରୁ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବା ପରିପ୍ରେକ୍ଷୀରେ ନୋଏଡା, ଗାଜିଆବାଦ ଓ ଗୁରୁଗ୍ରାମସ୍ଥିତ ସବୁ ଶିକ୍ଷାନୁଷ୍ଠାନକୁ ଚଳିତମାସ ୩ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ପୁରୁୁଣା ରେଳଷ୍ଟେସନ ନିକଟରେ ଯାନବାହନର ଯାତାୟାତକୁ ବନ୍ଦ ରଖାଯାଇଛି। ଆସନ୍ତା ୪ ପର୍ଯ୍ୟନ୍ତ ଏହି ଅବସ୍ଥା ବଳବତ୍ତର ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ସୁଦ୍ଧା ଏଥିରେ ଆତଙ୍କିତ ନ ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରତିକୂଳ ପାଣିପାଗ ଯୋଗୁଁ ଦିଲ୍ଲୀରେ ଟ୍ରେନ ଓ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ବିମାନଯାତ୍ରୀଙ୍କୁ ମାର୍ଗଦର୍ଶିକା ଅନୁସରଣ କରିବାକୁ ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ପ୍ରବଳ ବର୍ଷା ଯୋଗୁଁ ସୋମବାର ଦିଲ୍ଲୀ ଓ ଗୁରୁଗ୍ରାମର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଗୁରୁଗ୍ରାମରେ ୭ କିମି ଲମ୍ବର ଟ୍ରାଫିକ ଜାମ ପରିଲକ୍ଷିତ ହୋଇଥିଲା। ୧୨ କିମି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଲାଗିଥିବା କୁହାଯାଇଛି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ