
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ତେଜିଲା ରାଜନୀତି । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ତାଙ୍କର ଅଭିଭାଷଣ ରଖିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବିରୋଧୀ । ବିଜେଡି ରାଜ୍ୟପାଳଙ୍କ ଅଭିଭାଷଣକୁ ସାହିତ୍ୟ ସଭାର ଅଳଙ୍କାରିକ ଶବ୍ଦ କହିଥିବା ବେଳେ କଂଗ୍ରେସ କହିଛି ଏଥିରେ କୌଣସି ନୂତନତ୍ଵ ନାହିଁ । ଯାହାକୁ ନେଇ ତେଜିଛି ରାଜନିତୀ ।”ଏଥିରେ କିଛି ନୂତନତ୍ୱ ନାହିଁ । ଖାଲି ଶଗଡ଼କୁ ଦଉଡ଼େଇ ଦଉଡ଼େଇ ନେଉଛନ୍ତି । ଚାଷୀଙ୍କ ପାଇଁ କିଛି ନାହିଁ, ଯୁବକଙ୍କ ପାଇଁ କିଛି ନାହିଁ, ପୋଲାଭରମ କଥା ଲେଖି ନାହାଁନ୍ତି, ମହାନଦୀ କଥା ନାହିଁ, କୋଟିଆ କଥା ନାହିଁ, ଖଣି ଚୋରା ଚାଲାଣ କିଭଳି ରୋକ ଲାଗିବ ସେ କଥା ନାହିଁ । ସରକାର ଯାହା ଲେଖିଛନ୍ତି ରାଜ୍ୟପାଳ ତାହା ପଡିଛନ୍ତି, ଏହା ନିନ୍ଦିନୀୟ କଥା,” ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।




