ଖାଇବା ସମୟରେ ଏହି ଲକ୍ଷଣ ଦେଇଥାଏ କ୍ୟାନ୍ସରର ସଙ୍କେତ

ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ ଦେବେ ତେବେ କ୍ୟାନ୍ସରର ଲକ୍ଷଣ ଆପଣଙ୍କୁ ଖାଇବା ସମୟରେ ମଧ୍ୟ ନଜର ଆସିବ । ଆମେ ଆପଣଙ୍କୁ ୫ ଏମିତି କ୍ୟାନ୍ସରର ସଙ୍କେତ ସମ୍ପର୍କରେ ଜଣାଇବୁ ଯେଉଁଥିରୁ ଆପଣ ପୂର୍ବରୁ ସଚେତନ ହୋଇପାରିବେ ।

୧. ଢୋକିବାରେ ସମସ୍ୟା

ଖାଦ୍ୟ ଖାଇବାବେଳେ ଢୋକିବା ସମୟରେ ଗଳାରେ ଯଦି ଯନ୍ତ୍ରଣା ହେଉଛି ତେବେ ଏହା କ୍ୟାନ୍ସରର ସଙ୍କେତ । ଏହି ସମସ୍ୟା ଧିରେ ଧିରେ ବଢିଥାଏ ଏବଂ ଯନ୍ତ୍ରଣା ଅଧିକ ହୁଏ । ଏହାକୁ ଡିସ୍ପେଗିୟା କୁହାଯାଏ । ଏହି ଲକ୍ଷଣ ମୁହଁ, ଗଳା ବା ଖାଦ୍ୟ ନଳୀ ସମ୍ପର୍କିତ କ୍ୟାନ୍ସରରେ ନଜର ଆସେ ।

୨. ବାରମ୍ବାର ହଜମ ପ୍ରକ୍ରିୟା ଖରାପ ହେବା

ବାରମ୍ବାର ହଜମ ପ୍ରକ୍ରିୟା ଖରାପ ହେବା ସାଧାରଣତଃ ଚିନ୍ତାର ବିଷୟ ନୁହେଁ, କିନ୍ତୁ ଛାତିରେ ପୋଡାଜଳା, ପେଟ ଫୁଲିବା, ବାରମ୍ବାର ହେକୁଡି ହେବା ଖାଦ୍ୟନଳୀ କ୍ୟାନ୍ସରର ଲକ୍ଷଣ ।

୩.ଜଲଦି ପେଟ ପୁରିଯିବା

ମାତ୍ର ୨ ଗୁଣ୍ଡା ଖାଇବା ପରେ ପେଟ ପୁରିବା ଭଳି ଅନୁଭବ ହେବା ଏକ ଚେତାବନୀ । ପେଟରେ ଅଲ୍ସରରେ ଏହି ଲକ୍ଷଣ ଦେଖାଯାଏ । କିନ୍ତୁ ଏହା ଓଭରିୟନ କ୍ୟାନ୍ସର, ପେଟ ବା ପାନକ୍ରିୟାଟିକ୍ କ୍ୟାନ୍ସରର ମଧ୍ୟ ଏକ ଲକ୍ଷଣ ।

୪.ବାନ୍ତି

ଯଦି ଆପଣ ଖାଇବା ପରେ ବାନ୍ତି ଅନୁଭବ କରୁଛନ୍ତି ତେବେ ଖାଦ୍ୟ ଖରାପ ବୋଲି କୁହାଯାଏ । କିନ୍ତୁ ଏହି ଲକ୍ଷଣ ପାନକ୍ରିୟାଟିକ୍ କ୍ୟାନ୍ସର, ପେଟ କ୍ୟାନ୍ସର ବା ମସ୍ତିଷ୍କ ଟ୍ୟୁମରର ମଧ୍ୟ ଏକ ସଙ୍କେତ ।

୫.ଶରୀର ମଧ୍ୟରେ ପରିବର୍ତ୍ତନ

ପେଟ ଭିତରେ ସାମାନ୍ୟ ପରିବର୍ତ୍ତନ ଯଥା ଝାଡା, ମଳର ରଙ୍ଗ ବଦଳିବା ଆଦି ପାନକ୍ରିୟାଟିକ୍ କ୍ୟାନ୍ସର ବା ପେଟ କ୍ୟାନ୍ସରର କାରଣ ହୋଇପାରେ । ଯଦି ଆପଣ ଏଥିରୁ କୌଣସି ବି ପରିବର୍ତ୍ତନ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ