ଏହି ଆଠଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଅନେକ ସମୟରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବେ। ଯାହାକୁ ଆପଣ ଅଣଦେଖା କରିଥାଆନ୍ତି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇନଥାଆନ୍ତି, କିନ୍ତୁ ଏପରି କଲେ ଆପଣଙ୍କ ଯନ୍ତ୍ରଣା ଗୁରୁତର ହେବାର ଆଶଙ୍କା ରହିଛି।

ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ଦେଖାଦେଲେ ଭବିଷ୍ୟତରେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡ଼ିକ ବିଷୟରେ।

୧. ଅତ୍ୟଧିକ ମୁଣ୍ଡ ବିନ୍ଧିବା
ଆପଣଙ୍କର ଅନେକ ସମୟରେ ମୁଣ୍ଡ ବିନ୍ଧୁଥିବ। କେହି କେହି ଏହାକୁ ଅଣଦେଖା କରି ଦେଇଥାଆନ୍ତି। ଯଦି ଅଚାନକ ଭାବେ ମୁଣ୍ଡ ବିନ୍ଧିବାକୁ ଲାଗେ ଏବଂ ଏପରି ସମସ୍ୟା ପ୍ରତିଦିନ ଦେଖାଦିଏ, ତେବେ ଏହା ଗମ୍ଭୀର ସମସ୍ୟା ଆଡ଼କୁ ଗତି କରେ। ଏହାକୁ ଆମେ ଏନ୍ୟୁରିଜିମ୍‌ ବା ରକ୍ତ ବାହିକାରେ କୌଣସି ସମସ୍ୟା ଥିବା ବୁଝିଥାଉ। ଯଦି ମସ୍ତିଷ୍କର ରକ୍ତ ବାହିକାରେ ଏହି ସମସ୍ୟା ଦେଖାଦିଏ, ତେବେ ଏହା ଆପଣଙ୍କୁ ବିପଦରେ ପକାଇଥାଏ।
୨. ଛାତିରେ ଯନ୍ତ୍ରଣା ହେବା
ଛାତିରେ ଯନ୍ତ୍ରଣା ହେବାର ଅର୍ଥ ନୁହେଁ, ଆପଣଙ୍କର ହୃଦ୍‌ଜନିତ କୌଣସି ସମସ୍ୟା ଅଛି। ଏହାର କାରଣ ରକ୍ତରେ ଜମାଟ ବାନ୍ଧିବା, ଫୁସ୍‌ଫୁସ୍‌ରେ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ମଧ୍ୟ ହୋଇପାରେ। ବେହୋସ୍‌ ହୋଇଯିବା, ବାନ୍ତି କରିବା ଏବଂ ଝାଳ ବାହାରିବା କାରଣରୁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥାଏ।

୩. ଗୋଟିଏ ଆଖିକୁ ଦେଖା ନଯିବା
ଗୋଟିଏ ପାଖ ଆଖିକୁ ଦେଖା ନଯିବାର କାରଣ ଆପଣଙ୍କ ଶରୀରରେ ଷ୍ଟ୍ରୋକ୍‌ ହେଉଛି। ମସ୍ତିଷ୍କରେ ଠିକ୍‌ ଭାବରେ ଅମ୍ଳଜାନ ନ ପହଞ୍ଚିଲେ, ଏହା ଶରୀରର ଗୋଟିଏ ପାଖରେ ସମସ୍ୟା ସୃଷ୍ଟି କରିଥାଏ।

୪. ନିଃଶ୍ୱାସ ନେବାରେ କଷ୍ଟ ହେବା
ଯଦି ଅଚାନକ ଭାବରେ ଆପଣଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ଏହା ଚିନ୍ତାର ବିଷୟ। ଏହାକୁ ଅଣଦେଖା କରନ୍ତୁ ନାହିଁ। ଶରୀରରେ ହୋଇଥିବା ରକ୍ତ ଜମାଟ ଆପଣଙ୍କ ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇଥାଏ। ଏଥିରେ ଆପଣଙ୍କ ପାଇଁ କାର୍ଡିଓଭାସ୍‌କୁଲାର୍‌ ସମସ୍ୟା ହେବାର ଆଶଙ୍କା ରହିଥାଏ।

୫. ଥକା ଅନୁଭବ କରିବା
ଅଧିକ କାମ କରିବା ପରେ ସମସ୍ତଙ୍କୁ ଥକା ଲାଗିଥାଏ। କିନ୍ତୁ ସବୁବେଳେ ଥକା ଲାଗିବାକୁ ହୃଦ୍‌ଘାତର ପ୍ରାରମ୍ଭିକ ସଙ୍କେତ ବୋଲି କୁହାଯାଏ।

୬. ଅଚାନକ ଓଜନ ବଢ଼ିବା ଏବଂ କମିବା
କୌଣସି କାରଣ ନଥାଇ ଯଦି ଆପଣଙ୍କର ଓଜନ କମୁଛି ଏବଂ ଅଚାନକ ଭାବେ ବଢ଼ୁଛି, ତେବେ ଆପଣଙ୍କୁ କ୍ୟାନସର୍‌ ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଆପଣଙ୍କର ଥାଇରଏଡ୍‌ ଏବଂ ଲିଭର୍‌ ସମସ୍ୟା ମଧ୍ୟ ହୋଇପାରେ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ