
ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ମାର୍ଚ୍ଚ ମାସର ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟରେ ଅନୁଭୂତ ହେଲାଣି । ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ମଧ୍ୟ ଦିନ ୨.୩୦ ସୁଦ୍ଧା ସମାନ ସ୍ଥିତି ରହିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡା ୩୯.୮ ଡ଼ିଗ୍ରୀ,ସମ୍ବଲପୁର ୩୯.୮ ଡ଼ିଗ୍ରୀ, ରାଉରକେଲା ୩୯ ଡ଼ିଗ୍ରୀ, ହୀରାକୁଦ ୩୮.୮ ଡ଼ିଗ୍ରୀ,ଚାନ୍ଦବାଲି ୩୭.୪ ଡ଼ିଗ୍ରୀ,ଭୁବନେଶ୍ୱର ୩୭.୪ ଡ଼ିଗ୍ରୀ,କେନ୍ଦୁଝର ୩୬.୬ ଡ଼ିଗ୍ରୀ,ବାଲେଶ୍ୱର ୩୬ ଡ଼ିଗ୍ରୀ ରହିିଛି।
ସେପଟେ ପଶ୍ଚିମ ଓଡିଶା ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା। ତାତିର ତାଉରେ ଉପକୂଳ ରୁ ଉପାନ୍ତ ଅସମ୍ଭାଳ ତାତି ରହିଥିବା ବେଳେ ରାଜ୍ୟରେ ୪ ଦିନ ହିଟ ୱେଭ ସତର୍କତା ଦେଇଛି ପାଣିପାଗ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ସତର୍କତା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।




