ରାଜ୍ୟସଭାରେ ଚିଲିକା ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

ଭୁବନେଶ୍ବର: ଚିଲିକାରେ ବେଆଇନ ଭାବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ। ମାଛ ଧରା ଓ ବେଆଇନ ଚିଙ୍ଗୁଡି ଘେରାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ।ସେ କହିଛନ୍ତି ଯେ, ଚିଲିକାରେ ଖାରି ଓ ମଧୁର ପାଣିର ସମିଶ୍ରଣ ଥିବାରୁ ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଖଇଙ୍ଗା, ଚିଙ୍ଗୁଡ଼ି, କଙ୍କଡା, ଏହାର ଜୈବ ବିବିଧତାକୁ ବଜାୟ ରଖିଥାନ୍ତି। କିନ୍ତୁ ଚିଲିକାରେ ବେଆଇନ ମାଛଧରା ଯୋଗୁ ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। କେବଳ ସ୍ଥାନୀୟ ମତ୍ସ୍ୟଜୀବୀ ନୁହନ୍ତି, କିଛି ବାହାର ମତ୍ସ୍ୟଜୀବୀ ଚିଲିକାରୁ ବେଆଇନ ଭାବେ ମାଛ ଧରୁଛନ୍ତି। ବଡ ମାଛ ଓ ଚିଙ୍ଗୁଡି ଯାଅଁଳ ମାରିଦିଆଯାଉଛି । ଯାହା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ପ୍ରଭାବିତ ହେଉଛି। ମାଛ ମାରିବା ଦ୍ୱାରା ଚିଲିକା ଜଳ ଦୂଷିତ ହେବା ସହ ପରିବେଶ ସନ୍ତୁଳନ ବିଗୁଡୁଛି । ଏହା ସହ ଚିଲିକାର ବିଶ୍ୱ ପ୍ରସିଦ୍ଧ ସୁସ୍ୱାଦୁ ଖଙ୍ଗା ମାଛ ଏବେ ବିଲୁପ୍ତ ହେବାକୁ ବସିଲାଣି, ତେଣୁ ଭବିଷ୍ୟତ ପାଇଁ ବେଆଇନ ଚିଙ୍ଗୁଡି ଘେରିକୁ ବନ୍ଦ କରିବା ସହ ବିଭାଗୀୟ ମନ୍ତ୍ରାଳୟ ସଂରକ୍ଷଣ ନୀତି ଲାଗୁ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

  • Related Posts

    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading
    ଆଜିଠୁ ଗାଁରେ ଡେରା ପକାଇବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ

    ଭୁବନେଶ୍ୱର: ଆଜିଠୁ ଗାଁକୁ ଯିବେ ବିଜେପି ନେତା । ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଗାଁରେ ଡେରା ପକାଇବେ । ଘରକୁ ଘର ବୁଲି ସରକାରର ସଫଳତା ବଖାଣିବେ । ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ