ମୋଦୀଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ରାୟ ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ ଏକାଧିକ ପ୍ରସଙ୍ଗ ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ରାୟ ବିଭିନ୍ନ ପ୍ରସଙ୍ଗକୁ ଭିତ୍ତି କରି ଏକ ଚିଠିରେ ଦାବି ଉଲ୍ଲେଖ କରିଛନ୍ତି। ଏଥି ସହିତ ସେ ତାଙ୍କର ଦାବି ପୂରା ହେବ ବୋଲି ଆଶା କରାଛନ୍ତି।
ପୂର୍ବତଟ ରେଳପଥ ଅଧୀନରେ ରାଉ‌ରକେଲା ଠାରେ ଏକ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦିଲୀପ ରାୟ ତାଙ୍କର ଦାବିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି। ଶ୍ରୀ ରାୟ ତାଙ୍କର ଦାବିରେ ସେଲ୍‌ (ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଡେଟ୍‌) ଅଧୀନରେ ପରିଚାଳିତ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ କଥା ଉଠାଇଛନ୍ତି। ଏଥିରେ ସେ କହିଛନ୍ତି ଜମି ସଂପର୍କିତ ସମସ୍ୟା ପାଇଁ ଆରଏସ୍‌ପିର ୩୦,୦୦୦ କୋଟି ଟଙ୍କାର ସଂପ୍ରସାରଣ ‌ଯୋଜନା ସଫଳ ହୋଇପାରୁ ନାହିଁ।

ସେହିପରି ଶ୍ରୀ ରାୟ ରାଉରକେଲା ବିମାନବନ୍ଦରର ସଂପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି। ପ୍ରମୁଖ ଶିଳ୍ପ, ଶିକ୍ଷା ଓ କ୍ରୀଡ଼ାର କେନ୍ଦ୍ରସ୍ଥଳୀ ହୋଇଥିବାରୁ ରାଉରକେଲା ବିମାନବନ୍ଦରର ସଂପ୍ରସାରଣର ଆବଶ୍ୟକତା ରହିଛି। ରନ୍‌ୱେ ସଂପ୍ରସାରଣ, ରାତ୍ରି ସମୟରେ ବିମାନ ଅବତରଣ ବ୍ୟବସ୍ଥା, ଅଧିକ ବିମାନ କଂପାନିକୁ ‌ଏହି ବିମାନବନ୍ଦର ସହିତ ଯୋଡ଼ିବା, ୪ସି ବର୍ଗରେ ସାମିଲ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

  • Related Posts

    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading
    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ