ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର,21/08:ରାଜ୍ୟ ସରକାର ଗୁରୁବାର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ପୁରୀ ଏସ୍‌ପିଙ୍କ ବଦଳରେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ବ ମିଳିଛି। ପିନାକ ମିଶ୍ର ପୂର୍ବାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଥିବା ବେଳେ ସ୍ମିତ ପରମାରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଦାୟିତ୍ବ ଦିଆଯାଇଛି । ସନ୍ତୋଷ ବାଲାଙ୍କୁ SFSL ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ରାଜ ପ୍ରସାଦଙ୍କୁ ସ୍ପେସାଲ ବ୍ରାଞ୍ଚ ଏସପି ଭାବେ ନିଯୁକ୍ତ କରାଯାଇଛି ।

ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ବାଲେଶ୍ବର, କଟକ (ଗ୍ରାମାଞ୍ଚଳ), ଜଗତସିଂହପୁର, ସୁନ୍ଦରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ା ଏସ୍‌ପିଙ୍କୁ ବଦଳି କରିଛନ୍ତି। ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଅତରିକ୍ତ ନିର୍ଦ୍ଦେଶିକା ଡ. ସନ୍ତୋଷ ବାଲାଙ୍କୁ ଏହି ପ୍ରତିଷ୍ଠାନାନରେ ନିର୍ଦ୍ଦେଶିକା ଦାୟିତ୍ବ ମିଳିଛି। ଆଇପିଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି (ପ୍ରୋଭିଜିଅନିଂ)ରେ ଅବସ୍ଥାପିତ କରାଯାଇଛି। ସତୀଶ ଗଜଭିୟେଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ସ୍ପେଶାଲ ଆର୍ମ ପୁଲିସକୁ ବଦଳି ହୋଇଛି। ଅବିନାଶ କୁମାରଙ୍କୁ ଡିଆଇଜି (ପୂର୍ବାଞ୍ଚଳ ରେଂଜ), ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି ହୋଇଛି।

ସେହିପରି କଟକରେ ରେଳବାଇ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର, ବିନିତ ଅଗ୍ରୱାଲଙ୍କୁ କଟକ (ଗ୍ରାମାଞ୍ଚଳ) ଏସ୍‌ପି ଭାବେ ବଦଳି କରାଯାଇଛି। ବାଲେଶ୍ବର ଏସ୍‌ପି ରାଜ ପ୍ରସାଦଙ୍କୁ ଏସ୍‌ପି (ସ୍ବତନ୍ତ୍ର ଶାଖା), ନୂଆପଡ଼ା ଏସ୍‌ପି ଗୁନ୍ଦାଲା ରେଡ୍ଡୀଙ୍କୁ ଝାରସୁଗୁଡ଼ା, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର, ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧାରୁ ନୂଆପଡ଼ା, ଭୁବନେଶ୍ବର ଅତିରିକ୍ତ ଡିସିପି ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼କୁ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ କଟକ ରେଳବାଇ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ