ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ମୁଖ୍ୟମନ୍ତ୍ରୀ ନିସର୍ତ୍ତ କ୍ଷମା ମାଗନ୍ତୁ: କଂଗ୍ରେସ

ଭୁବନେଶ୍ୱର: ବିହାରରେ ଦୀର୍ଘ ୧୫ ଦିନ ଧରି ଚାଲିଥିବା ଭୋଟର ଅଧିକାର ଯାତ୍ରାକୁ ଅଦ୍ଭୂତପୂର୍ବ ଜନସମର୍ଥନ ଓ ସଫଳତା ଭାରତୀୟ ଜନତାପାର୍ଟି ପାଇଁ ମୁଣ୍ଡ ବିନ୍ଧାର କାରଣ ଆଜି ପାଲଟିଛି । ଭୋଟ ଚୋରୀର ପର୍ଦ୍ଦାଫାଶ ହେବାପରେ ଏବଂ ବିହାରରେ ଏସ ଆଇ ଆର ନାମରେ ଯେଉଁଭଳି ଢ଼ଙ୍ଗରେ ୬୫ ଲକ୍ଷ ଭୋଟରଙ୍କୁ ଜାଣିଶୁଣି ଅଗଣତାନ୍ତ୍ରିକ ଉପାୟରେ ତାଙ୍କ ନାମକୁ କାଟିଦିଆଯାଇଛି ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ। ଭାରତ ବର୍ଷର ଗରିବ, ଖଟିଖିଆ, ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ଅଧିକାରକୁ ଛଡ଼ାଇନେବା ବିରୋଧରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଓ ଇଣ୍ଡିଆମେଂଟ ପକ୍ଷରୁ ଯେଉଁ ଭୋଟ ଅଧିକାର ଯାତ୍ରା ଚାଲିଛି ତାକୁ ଭଣ୍ଡରୁ କରିବାପାଇଁ ଭାରତୀୟ ଜନତାପାର୍ଟି ଷଡ଼ଯନ୍ତ୍ର କରିଛି। ବିଜେପି ଏହି କାମ ପାଇଁ ନିଜ ଦଳର ସଂଖ୍ୟାଲଘୁ ସେଲର ଜଣେ ପଦାଧିକାରୀଙ୍କୁ ନିୟୋଜିତ କରିଛି। ଯାହାଙ୍କର ନାମ ମହମ୍ମଦ ରିଜିଭି ଯିଏ କି ପାଟ୍‌ନା ଠାରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସ୍ୱର୍ଗତା ମାତାଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ, ଅରୁଚିକର ମନ୍ତବ୍ୟ ପ୍ରଦାନ କରିଛନ୍ତି । ସୁଚନାଯୋଗ୍ୟ, ଉକ୍ତ ମନ୍ତବ୍ୟ ପ୍ରଦାନ ବେଳେ ରାହୁଲ ଗାନ୍ଧୀ ସେଠାରେ ଉପସ୍ଥିତ ମଧ୍ୟ ନ ଥିଲେ। କଂଗ୍ରେସ ନେତୃବର୍ଗ ଓ ଦଳକୁ ସାଧାରଣ ଜନତାଙ୍କ ଆଗରେ ଅପମାନିତ କରିବା ଉଦ୍ଦେଶ୍ୟରେ ବିଜେପି ଦଳର ତୁଙ୍ଗ ନେତୃବୃନ୍ଦ ଜାଣିଶୁଣି ଏଭଳି ହୀନ ଓ ନିଚ ଉଦ୍ୟମ କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ସାରା ଭାରତବର୍ଷରେ ଭୋଟ ଚୋରି ଘଟଣା ଆଜି ଜନସାଧାରଣଙ୍କ ପାଖରେ ଆଦୃତ ହୋଇସାରିଛି । ଭୋଟ ଚୋରି କରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ତୃତୀୟଥର କ୍ଷମତାକୁ ଆସିବା ସହିତ ମହାରାଷ୍ଟ୍ର ଓ ହରିଆନରେ ସରକାର ମଧ୍ୟ ଗଠନ କରିଛି । ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ବଦନାମ କରିବାପାଇଁ ଭାରତୀୟ ଜନତାପାର୍ଟି ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ଏହା କେବେ ସଫଳ ହେବନାହିଁ । କଂଗ୍ରେସ ଦଳ ସତ୍ୟ, ନ୍ୟାୟ, ଅହିଂସା ପଥର ପଥିକ । ବିହାର ହିଂସା ଘଟଣା ପଛରେ ବିଜେପି ଦଳର ଏକ ବଡ଼ ଷଡଯନ୍ତ୍ର ଆଜି ଧରାପଡ଼ିଛି। ଏହି ଷଡ଼ଯନ୍ତ୍ରର ମୁଖ୍ୟ ଆସାମୀ ମହମ୍ମଦ ରିଜଭି ଭାରତୀୟ ଜନତାପାର୍ଟିର ସଂଖ୍ୟାଲଘୁ ବିଭାଗର ସଦସ୍ୟ ବୋଲି ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ଏବଂ ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ୍ ସିଂ ଚୌହାନ ଓ ଅନ୍ୟ ନେତୃବୃନ୍ଦଙ୍କ ସହ ରିଜଭିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରିବୁଲିବା ପରେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିନା ତଥ୍ୟ ଆଧାରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ପ୍ରତି ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି, ମୁଖପାତ୍ର ଶ୍ରୀ ମହାନ୍ତି ଏହାର ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ସତ ଜାଣିଲା ପରେ ମଧ୍ୟ କାହିଁକି ଏଭଳି ମନ୍ତବ୍ୟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜେ ଚୋର କିନ୍ତୁ ଅନ୍ୟକୁ ଚୋର କହୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଆଜିର ପ୍ରଧାନମନ୍ତ୍ରୀ ୨୦୧୩ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତତକାଳୀନ କଂଗ୍ରେସ ଅଧ୍ୟକ୍ଷା ଓ ୟୁପିଏ ମେଂଟର ଅଧ୍ୟକ୍ଷା ସାଂସଦ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଜର୍ଷି ଗାଈ ବୋଲି କହିବା ସହିତ ରାହୁଲ ଗାନ୍ଧୀଙ୍କୁ ଜର୍ଷି ଗାଈର ବାଛୁରି ବୋଲି କହିଥିଲେ। ଖାଲି ସେତିକି ନୁହେଁ ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନାମ ନନେଇ କଂଗ୍ରେସର କିଏ ସେ ବିଧବା ଯାହାଙ୍କ ଖାତାକୁ ଏତେ ଟଙ୍କା ଯାଉଛି ବୋଲି ଏଭଳି ଅଶାଳୀନ, ଅରୁଚିକର ଓ ହୀନ ମନ୍ତବ୍ୟ ଦେଇଥିଲେ। ଖାଲି ପ୍ରଧାନମନ୍ତ୍ରୀ ନୁହଁନ୍ତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିଜେପି ଦଳର ସାଂସଦ, କେନ୍ଦ୍ରମନ୍ତ୍ରୀ, ବିଜେପି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମିତ୍ ମାଲବ୍ୟ ଓ ପ୍ରବକ୍ତାମାନେ ଯେଉଁ ଅରୁଚିକର ମନ୍ତବ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବାବଦରେ ଦେଇ ଚାଲିଛନ୍ତି ଏସବୁ ଜାଣିବା ଓ ଶୁଣିବା ପରେ କେବେହେଲେ ତ ମୋହନ ଚରଣ ମାଝୀ ମୁହଁ ଖୋଲି ନାହାନ୍ତି ! ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତା ମା ଓ ରାହୁଲ ଗାନ୍ଧୀଙ୍କ ମା’ଙ୍କ ଭିତରେ କ’ଣ ପ୍ରଭେଦ ଅଛି ? ଓଡ଼ିଶାର ମହିଳାମାନେ ଆଜି ସଂପୂର୍ଣ୍ଣ ଅସୁରକ୍ଷିତ । ୫ରୁ ୫୦ ବର୍ଷ ପର୍ୟ୍ୟନ୍ତ ମହିଳା ଭୟରେ ପଦାକୁ ବାହାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ପଦୁଟିଏ କହୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେଣୁ ମୁଖ୍ୟମନ୍ତ୍ରୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ନେତୃବର୍ଗଙ୍କୁ ନିସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ବିହାର ରେ ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ବିପୁଳ ସମର୍ଥନ ମିଳିବା ଦେଖି ବିଜେପି ଭୟଭୀତ। ବିଜେପି ତା ନିଜ କର୍ମୀ ଲଗାଇ ଘୃଣ୍ୟ ରାଜନୀତି କରୁଛି। ବିହାର ପ୍ରଦେଶର ପୂର୍ବତନ କଂଗ୍ରେସ ପ୍ରଭାରୀ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଗତକାଲି ବିହାରରେ ଏଭଳି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ ଅନ୍ୟତମ ମୁଖପାତ୍ର ଜୟଶ୍ରୀ ପାତ୍ର ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ