ରାହୁଲ ଗାନ୍ଧୀ ଯାହା କହିଲେ ତାକୁ ଦେଖି ନବୀନ ବିରୋଧ କରୁଛନ୍ତି:ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଚିଠିରେ ୧୩୧ତମ ସମ୍ବିଧାନ ସଂଶୋଧନ, ରାଜନୈତିକ ପ୍ରତିନିଧିତ୍ଵ ଓ ଅର୍ଥନୈତିକ ସ୍ଵାର୍ଥ କଥା ଦୋହରାଇଲେ ନବୀନ। ଟାର୍ଗେଟ୍ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଯାହା କହିଲେ ତାକୁ ଦେଖି ନବୀନ ବିରୋଧ କରୁଛନ୍ତି। ପ୍ରସ୍ତାବ ଆସିବା ଜାଣିବା ପୂର୍ବରୁ କଂଗ୍ରେସ କଥାରେ ସାମିଲ ହୋଇଗଲେ। ନବୀନ ବାବୁ କଂଗ୍ରେସ ହେବା ଆରମ୍ଭ କଲେଣି। ବିଜେଡି ରାଜ୍ୟସଭା ନିର୍ବାଚନରେ ପ୍ରମାଣିତ କଲା ଅଣକଂଗ୍ରେସ ନୁହେଁ। ଚୋରା ପୀରତି ବନ୍ଦ ହେଉ, ଯାହା କରିବା କଥା ଖୋଲାଖୋଲି କରନ୍ତୁ। ୟୁପିଏ ମେଣ୍ଟକୁ ଯିବାକୁ ଚାହୁଁଥିଲେ ଜଲ୍ଦି ପଳାନ୍ତୁ। ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ, ଏବେ ବିରୋଧ କାହିଁକି ? ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ରଖୁଛନ୍ତି ନବୀନ।

ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଓଡ଼ିଶାର ଦୀର୍ଘମିଆଦି ସ୍ଵାର୍ଥ, ସମାନୁପାତିକ ପ୍ରତିନିଧିତ୍ଵ, ଗୌରବ ଅକ୍ଷୁର୍ଣ୍ଣ ରହିବା ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ଵ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ଵ ୩.୯ରୁ ୩.୪%କୁ କମିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ୫ ପଏଣ୍ଟ କ୍ଷତି ସହିବାକୁ ପଡ଼ିବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି। ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ଵାର୍ଥକୁ ସୁରକ୍ଷା ଦିଅନ୍ତୁ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ଵଳର ବିକାଶ ସତ୍ତ୍ଵେ ଓଡ଼ିଶାକୁ ଦଣ୍ଡିତ କରାନଯାଉ। କେନ୍ଦ୍ରୀୟ ରାଜସ୍ଵକୁ ବଡ଼ ଅବଦାନ ସତ୍ତ୍ଵେ ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି। ଓଡ଼ିଶାର ପ୍ରତିନିଧିତ୍ଵ ନକମିଲେ ସଂଶୋଧନକୁ ସମର୍ଥନ ଉଚିତ୍। କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ଵର ଉଠାନ୍ତୁ।

  • Related Posts

    ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ

    ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି । ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ…

    Continue reading
    ନବୀନଙ୍କ ‘ବିଶ୍ୱାସଘାତକ’ ଟାର୍ଗେଟ

    ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ‘ବିଶ୍ୱାସଘାତକ’ ଶବ୍ଦ । ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ପଟ୍ଟନାୟକ ‘ବିଶ୍ୱାସଘାତକ’ କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜନୀତିରେ କିଛି ଲୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ