‘ରୁଫ୍ ଟପ୍ ଲଣ୍ଡନ’ ମାଲିକ ଗିରଫ

କଟକ: କଟକର ଏକ ସରକାରୀ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଧୋକା ଦେଇ ଗିରଫ ହୋଇଛନ୍ତି ଜଣେ ହୋଟେଲ୍‌ ମାଲିକ। ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍ ମାଲିକ ଜଣେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ୪୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଟଙ୍କା ମାଗିବାରୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଭଳି ସଙ୍ଗିନ୍‌ ଅଭିଯୋଗ ମଧୁପାଟଣା ଥାନାରେ ରୁଜୁ ହୋଇଥିଲା। ଏହି ଅଭିଯୋଗ ଆଧାରରେ ହୋଟେଲ୍ ମାଲିକ ଦୀପକ ବାରିକଙ୍କୁ ମଧୁପାଟଣା ଥାନା ପୁଲିସ ବାନ୍ଧିଛି।
ସୂଚନା ଅନୁଯାୟୀ, କଟକରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ଜଣେ ୩୯ ବର୍ଷୀୟା ମହିଳା କାର୍ଯ୍ୟ କରନ୍ତି। ତାଙ୍କ ମୂଳ ଘର କୋରାପୁଟ ଜିଲ୍ଲାରେ ହୋଇଥିବା ବେଳେ ସେ ସିଡିଏ ସେକ୍ଟର-୬ରେ ଘର ଭଡ଼ା ନେଇ ରହୁଥିଲେ। ୨୦୧୯ରେ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳର ଦୀପକ ବାରିକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀପକଙ୍କ ତ୍ରିଶୂଳିଆରେ ଏକ ହୋଟେଲ୍ ରହିଛି। ମହିଳାଙ୍କୁ ବିବାହର ପ୍ରତିଶ୍ରୁତ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ଦୀପକ। କୌଶଳକ୍ରମେ ଦୀପକ ଏକାଧିକ ପର୍ଯ୍ୟାୟରେ ପୀଡ଼ିତାଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ନେଇଥିଲେ। ପୀଡ଼ିତା ଏହି ଟଙ୍କା ନିଜ ଜମି ବିକ୍ରି କରି ଦେଇଥିଲେ। ଆଉ କିଛି ଟଙ୍କା ବ୍ୟାଙ୍କ ଋଣ କରି ମଧ୍ୟ ଦେଇଥିଲେ। ଟଙ୍କା ନେବା ପରେ ଦୀପକ ଆଉ ଧରାଛୁଆଁ ଦେଇ ନଥିଲା।
ପୀଡ଼ିତା ବାରମ୍ବାର ଟଙ୍କା ମାଗିବାରୁ ଦୀପକ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଗଲା ଏକ ମାସ ତଳେ ଯେତେବେଳେ ପୀଡ଼ିତା ଜଣକ ସାର୍ତ୍ତୋଳରେ ଥିବା ଦୀପକର ଘରକୁ ଟଙ୍କା ମାମଲାରେ ଆସିଥିଲେ, ସେତେବେଳେ ଦୀପକ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ ୩ ତାରିଖରେ ଏତଲା ଦିଆଯାଇଥିଲା। ପୁଲିସ ଏହି ଅଭିଯୋଗ ଆଧାରରେ ତଦନ୍ତ ସମୟରେ ପୀଡ଼ିତାଙ୍କ ବ୍ୟାଙ୍କ ଆକାଉଣ୍ଟ ସଂକ୍ରାନ୍ତ ତଥ୍ୟ ଜବତ କରିଛି। ଦୀପକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ସଫର ହେବାର ପ୍ରମାଣ ମିଳିଥିଲା। ତଣ୍ଟି ଚିପି ଦୀପକ ଯେଉଁ ଉଦ୍ୟମ କରିଥିଲା, ସେ ନେଇ ସାର୍ତ୍ତୋଳର କିଛି ଲୋକ ପୁଲିସ ସାମନରେ ବୟାନ ବି ଦେଇଛନ୍ତି। ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍‌ରେ ଚଢ଼ଉ କରି ଆଜି ତାକୁ ଗିରଫ କରାଯାଇଛି। ଅନ୍ୟପଟେ ପୀଡ଼ିତାଙ୍କ କଟକ ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିବା ମଧୁପାଟଣା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

  • Related Posts

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ଭୁବନେଶ୍ୱର : ନିଷ୍କ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଜାରି ରହିବ। ପ୍ରତିଦିନ ସ୍ୱାଭାବିକ ତୁଳନାରେ କମ୍‌ ବର୍ଷା ହେବ। ତେବେ ଏହି ସମୟରେ କେତେକ ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ। ଏହି ସମୟରେ ବିଜୁଳି ଘଡ଼ଘଡ଼ିର…

    ବଢ଼ିଲା ଆଇଏମ୍‌ଡିଙ୍କ ଡିଜି କାର୍ୟ୍ୟକାଳ

    ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍‌ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ୟ୍ୟ କରୁଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ