୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ରୋହତକ ସ୍ଥିତ ସୁନାରିଆ ଜେଲ୍‌ରେ ବନ୍ଦୀ ଥିବା ବାବା ରାମ୍ ରହିମ୍‌ ପାରୋଲରେ ଆସି ସିରସା ଡେରା ଅଭିମୁଖେ ଯାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ତାଙ୍କର ଜନ୍ମଦିନ ରହିଛି। ତେଣୁ ସିରସା ଡେରାରେ ରକ୍ଷା ବନ୍ଧନ ପରେ ରାମ ରହିମ୍‌ଙ୍କ ଜନ୍ମୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ବାବା ରାମ ରହିମ୍ ୨୦୧୭ରୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ରୋହତକର ସୁନାରିଆ ଜେଲ୍‌ରେ ସଜା କାଟୁଛନ୍ତି। ରାମ ରହିମଙ୍କ ଜେଲରୁ ବାହାରକୁ ବାହାରିବା କିଛି ନୂଆ କଥା ନୁହେଁ। ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀରେ ନିର୍ବାଚନ ସମୟରେ ସେ ପାରୋଲରେ ବାହାରିଥିଲେ। ଶେଷ ଥର ପାଇଁ ସେ ୧୦ ଏପ୍ରିଲରେ ୨୧ ଦିନିଆ ଫର୍ଲୋରେ ଜେଲରୁ ବାହାରକୁ ଆସିଥିଲେ।
ଜେଲରେ ଏକ ନିର୍ଦ୍ଦିଷ୍ଟ ସମୟ କାଟିବା ପରେ, କୋର୍ଟରେ ପାରୋଲ ଏବଂ ଫର୍ଲୋ ପ୍ରକ୍ରିୟା ଆରମ୍ଭ ହୁଏ। ତେବେ ପାରୋଲର ଅବଧି ଦଣ୍ଡରେ ଯୋଡା ଯାଏ ନାହିଁ କିନ୍ତୁ ଫର୍ଲୋର ଅବଧି ଦଣ୍ଡରେ ଯୋଡା ଯାଏ। ରାମ ରହିମ୍ ୨୦୨୫ ମସିହାରେ ତୃତୀୟ ଥର ପାଇଁ ଜେଲରୁ ବାହାରକୁ ଆସିଛନ୍ତି। ତାଙ୍କୁ ଫେବୃଆରୀ ଏବଂ ଏପ୍ରିଲରେ ୨୧ ଦିନର ଫର୍ଲୋ ମିଳିଛି। ୨୦୧୭ ମସିହାରୁ ସେ ୧୪ ଥର ଜେଲ୍‌ରୁ ବାହାରକୁ ଆସି ସାରିଲେଣି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ