ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ରେଙ୍ଗାଳି ଜଳ ଭଣ୍ଡାରରୁ ଦ୍ବିତୀୟ ଥର ପାଇଁ ଛଡ଼ାଗଲା ଚଳିତ ବର୍ଷର ବର୍ଷା ଜଳ । ଚଳିତ ବର୍ଷର ଦ୍ବିତୀୟ ଥର ପାଇଁ ବର୍ଷା ଜଳ ଛଡା ଯାଇଛି । ଗୋଟିଏ ଗେଟ୍ ଦେଇ ଏହି ୭୧୫ କ୍ୟୁମେକ ଜଳ ନିଷ୍କାସନ ହେଉଛି । ରେଙ୍ଗାଲି ଜଳ ଭଣ୍ଡାରର ଜଳ ଧାରଣା କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ୧୨୧.୮୫ ମିଟର ରହିଛି । ଆଗାମୀ ଲଘୁଚାପକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେଣୁ ବ୍ରାହ୍ମଣୀ ତଳ ମୁଣ୍ଡରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି । ଗାଈ ଗୋରୁ ଏବଂ ଗୃହପାଳିତ ପଶୁଙ୍କୁ ନଦୀପଠାକୁ ନ ଛାଡିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

  • Related Posts

    ନିଆଁ ଲାଗି ମହିଳା ମୃତ

    ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରଥୀପୁର ଗାଁରେ ଅଘଟଣ । ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ ବୋଲି ଜଣାପଡିଛି । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌…

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ