ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

ନୂଆଦିଲ୍ଲୀ : ଦୀପାବଳି ଏବଂ ଅନ୍ୟ ପାର୍ବଣ ଋତକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏକାସଙ୍ଗେ ଯିବା ଏବଂ ଆସିବା ଟିକଟ ବୁକିଂ କଲେ ୨୦ ପ୍ରତିଶତ ରିଆତି ମିଳିବ ବୋଲି ଘୋଷଣା କରାଯାଇଛି। ତେବେ ଏହି ରିଆତି କେବଳ ରିଟର୍ଣ୍ଣ ଟିକଟ ଉପରେ ଦିଆଯିବ। ଘରକୁ ଯାଇ ପୁଣି ଟ୍ରେନରେ ଫେରିବାକୁ ଚାହୁଁଥିବା ଲୋକେ ଏହି ଯୋଜନାରେ ବେଶ୍‌ ଉପକୃତ ହେବେ। ପାର୍ବଣ ଋତୁରେ ଟିକଟ ପାଇଁ ଭିଡ଼ ଏବଂ ଲୋକଙ୍କ ସମସ୍ୟାକୁ ଦେଖି ପରୀକ୍ଷାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି।

ଯଦି କେହି ଅହମଦାବାଦ ଏକ୍ସପ୍ରେସରେ ପାଟନା ଯାଆନ୍ତି ଏବଂ ଏହି ଯୋଜନାର ଲାଭ ଉଠାଇବାକୁ ଚାହାନ୍ତି, ତେବେ ସେଠାରୁ ଫେରୁଥିବା ଏହି ଟ୍ରେନରେ ଟିକଟ କାଟିବାକୁ ହେବ। ସେହିପରି ଟିକଟରେ ଦିଆଯାଇଥିବା ସବୁ ସୂଚନା ମଧ୍ୟ ସମାନ ହେବା ଉଚିତ। ଅର୍ଥାତ୍‌ କେଉଁଠାରୁ କେଉଁଠିକୁ ଯିବେ, ଯାତ୍ରୀଙ୍କ ନାମ, ବୟସ ଏବଂ କେଉଁ ଶ୍ରେଣୀ ଆଦି ଟିକଟରେ ସମାନ ହେବା ଉଚିତ। ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୩ରୁ ଅକ୍ଟୋବର ୨୬ ପର୍ୟ୍ୟନ୍ତ କରାଯାଉଥିବା ଟିକଟ ଏବଂ ଫେରିବା ପାଇଁ ନଭେମ୍ବର ୧୭ରୁ ଡିସେମ୍ବର ୧ ପର୍ୟ୍ୟନ୍ତ ଟିକଟ ବୁକିଂ କରିବାକୁ ହେବ। ଏଥିପାଇଁ ଅଗଷ୍ଟ ୧୪ରୁ ବୁକିଂ ଆରମ୍ଭ ହେବ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ