ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାରେ ଉକ୍ରର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନର୍ସିଂ କ୍ଷେତ୍ରରେ ଦକ୍ଷ ନେତୃତ୍ୱ ସମ୍ପର୍କିତ ବୁଧବାର ଆୟୋଜିତ ଏକ ମ୍ୟାନେଜମେଂଟ ଡେଭେଲପ୍ମେଂଟ ପ୍ରୋଗ୍ରାମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଏହା କହିଥିଲେ ।
ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ସୁରକ୍ଷା, ଦକ୍ଷତା ଓ ସେବା ମନୋଭାବ ରଖିବା ନିମନ୍ତେ ନର୍ସିଂ କ୍ଷେତ୍ରରେ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ରୋଗୀ ସେବା ନିମନ୍ତେ ନେତୃତ୍ୱ ପ୍ରଦାନ କରୁଥିବା ପ୍ରକୃତ ନର୍ସ କେବଳ ନିଜ କାର୍ଯ୍ୟ ତୁଲାଇ ନଥାଏ ବରଂ ନିଜ ନର୍ସିଂ ଟିମ୍କୁ ମଧ୍ୟ ପ୍ରୋତ୍ସାହନ ଦେବା ସହ ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥାଏ ବୋଲି ଶ୍ରୀମତି ଦାସ କହିଥିଲେ ।
ତେଣୁ ଏ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ଦକ୍ଷ ଓ ସଶକ୍ତ କରାଇବା ନିମନ୍ତେ ଏଭଳି ନେତୃତ୍ୱ ସମ୍ପର୍କିତ ପ୍ରଶିକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଏହି କ୍ଷେତ୍ରରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଛି ।
ହସ୍ପିଟାଲକୁ ରୋଗୀମାନେ କଷ୍ଟ ଓ ଯନ୍ତ୍ରଣାରେ ଆସୁଥିଲା ବେଳେ ସେମାନଙ୍କ କଷ୍ଟ ଲାଘବ କରିବା ସହ ସେମାନେଙ୍କ ମୁହଁରେ ହସ ଫୁଟାଇବା ଭଳି ମହାନ କାର୍ଯ୍ୟ ନର୍ସମାନେ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ ।
କାର୍ଯ୍ୟକ୍ରମରେ ଆଇବିସିଏସ୍ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ ।
ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟରେ ନେତୃତ୍ୱ ନେବା କ୍ଷେତ୍ରରେ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ଉଦାହରଣ ଦେଇଥିଲେ । ଦାୟିତ୍ୱ ଆଗରେ ନିଜର ବ୍ୟକ୍ତିଗତ ଆଶା ଆକାଂକ୍ଷା ଯେ ତୁଚ୍ଛ ତାହା ଶ୍ରୀରାମ ହିଁ ପ୍ରତିପାଦିତ କରିପାରିଥିଲେ ବୋଲି ପ୍ରଫେସର ଦାଶ କହିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆଇବିସିଏସ୍ର ଆସୋସିଏଟ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବି. ବି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

Continue reading
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ