ଲଘୁଚାପ, 23ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ

ଭୁବନେଶ୍ବର: ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆସନ୍ତା 24 ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ବାବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ 23 ତାରିଖରୁ ବର୍ଷା ଆହୁରି ବଢ଼ିବ । 26 ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।

ଆଗାମୀ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା, ବଜ୍ରପାତ ଓ ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବ । ଯାହାକୁ ନେଇ ରାଜ୍ୟର ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଛି । ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲାରେ ହାଲୁକା ବର୍ଷା ସହ ପ୍ରବଳ ବଜ୍ରପାତ ରହିବ ।ଆସନ୍ତାକାଲି ମାଲାକାନିଗିର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ରହିବ । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଚେତାବନୀ ଜାରି କରିଛି । ସେପଟେ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ହହୋଇଥିବା ସବୁ ଜିଲ୍ଲାରେ ପବନର ବେଗ 30-40 କିମି ରହିବ ।ସେପଟେ 21 ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ରହିବ । ଏଥିପାଇଁ 5 ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବାନୀ ଜାରି କରିଛି ପାଣିପାଗ ବିଭାଗ ।22 ତାରିଖରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ମୟୂରଭଞ୍ଜ, ମାଲାକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ହାଲୁକା ବର୍ଷା ସହ ବଜ୍ରପାତ ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ 23 ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ଅନ୍ୟ ସବୁ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ହେବା ନେଇ ପାଣିପାଗ ସତର୍କ ସୂଚନା ଜାରି କରିଛି ।

  • Garvita Odia

    Related Posts

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଭୁବନେଶ୍ୱର: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫ୍ଡିପି)ରେ…

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    କଟକ,: ଅନୁଗୁଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ୨ ଅଭିଯୁକ୍ତଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ । ଆବଶ୍ୟକ ପ୍ରମାଣ…

    Leave a Reply

    Your email address will not be published. Required fields are marked *

    You Missed

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ