ଲିଙ୍ଗରାଜ ପେଟ୍ରୋଲ ପମ୍ପ୍‌ରେ ଯୋଗାଣ ବିଭାଗର ଚଢ଼ଉ

ଭୁବନେଶ୍ୱର,24।09: ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାଡ୍‌ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ୍‌ ପମ୍ପ ଉପରେ ଆଜି ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ଅଧିକାରୀମାନେ ଡିଜେଲ ମାନରେ ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରିଛନ୍ତି। ନମୁନା ପରୀକ୍ଷା ପାଇଁ ଫୋରେନ୍‌ସିକ୍‌ ଲାବୋରେଟୋରିକୁ ପଠାଯାଇଛି। ଅନ୍ୟପକ୍ଷରେ ଯାଞ୍ଚ ବେଳେ ପେଟ୍ରୋଲ ପମ୍ପରେ ଅନ୍ୟ ଅନିୟମିତତା ଯଥା ନିଆଁଲିଭା ଯନ୍ତ୍ର ନବୀକରଣ ନହେବା, ସ୍ୟାଣ୍ଡ ବକେଟ୍‌ରେ ବାଲି ନଥିବା, ଶୌଚାଳୟ କାର୍ଯ୍ୟକ୍ଷମ ନଥିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ଆଦିରେ ତ୍ରୁଟି ଥିବା ଦେଖିବାକୁ ପାଇଛନ୍ତି। ଏଣୁ ପମ୍ପ ମାଲିକ ବିଚିତ୍ର ଭୋଳଏ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତରଦେଇ ପାରିନଥିଲେ। ଏ ସମ୍ପର୍କରେ ଜିଲ୍ଲା ଉପରିସ୍ଥ ଅଧିକାରୀ ତଥା ଅଏଲ୍‌ ମାର୍କେଟିଂ କମ୍ପାନିର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର କହିଛନ୍ତି। ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ମାପ, ଓଜନ ତଥା ମାନରେ ଆସୁଥିବା ତ୍ରୁଟି ସୁଧାରିବା ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ଆଗାମୀ ଦିନରେ ଏହିଭଳି ଚଢ଼ଉ ଜାରି ରଖିବ ବୋଲି ସେ କହିଛନ୍ତି। ଏହି ଚଢ଼ଉରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମିଶ୍ର, ବିଏମ୍‌ସି ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ଭୁବନେଶ୍ୱର ଉପଖଣ୍ଡର ସହାୟକ ଯୋଗାଣ ଅଧିକାରୀ ସୁନିତା ବେହେରା, ଭୁବନେଶ୍ୱର ବ୍ଲକ୍‌ର ଯୋଗାଣ ନିରୀକ୍ଷକ ସୌମେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ