ଭୁବନେଶ୍ୱର,24।09: ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାଡ୍ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ୍ ପମ୍ପ ଉପରେ ଆଜି ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ଅଧିକାରୀମାନେ ଡିଜେଲ ମାନରେ ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରିଛନ୍ତି। ନମୁନା ପରୀକ୍ଷା ପାଇଁ ଫୋରେନ୍ସିକ୍ ଲାବୋରେଟୋରିକୁ ପଠାଯାଇଛି। ଅନ୍ୟପକ୍ଷରେ ଯାଞ୍ଚ ବେଳେ ପେଟ୍ରୋଲ ପମ୍ପରେ ଅନ୍ୟ ଅନିୟମିତତା ଯଥା ନିଆଁଲିଭା ଯନ୍ତ୍ର ନବୀକରଣ ନହେବା, ସ୍ୟାଣ୍ଡ ବକେଟ୍ରେ ବାଲି ନଥିବା, ଶୌଚାଳୟ କାର୍ଯ୍ୟକ୍ଷମ ନଥିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ଆଦିରେ ତ୍ରୁଟି ଥିବା ଦେଖିବାକୁ ପାଇଛନ୍ତି। ଏଣୁ ପମ୍ପ ମାଲିକ ବିଚିତ୍ର ଭୋଳଏ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତରଦେଇ ପାରିନଥିଲେ। ଏ ସମ୍ପର୍କରେ ଜିଲ୍ଲା ଉପରିସ୍ଥ ଅଧିକାରୀ ତଥା ଅଏଲ୍ ମାର୍କେଟିଂ କମ୍ପାନିର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର କହିଛନ୍ତି। ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ମାପ, ଓଜନ ତଥା ମାନରେ ଆସୁଥିବା ତ୍ରୁଟି ସୁଧାରିବା ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ଆଗାମୀ ଦିନରେ ଏହିଭଳି ଚଢ଼ଉ ଜାରି ରଖିବ ବୋଲି ସେ କହିଛନ୍ତି। ଏହି ଚଢ଼ଉରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମିଶ୍ର, ବିଏମ୍ସି ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ଭୁବନେଶ୍ୱର ଉପଖଣ୍ଡର ସହାୟକ ଯୋଗାଣ ଅଧିକାରୀ ସୁନିତା ବେହେରା, ଭୁବନେଶ୍ୱର ବ୍ଲକ୍ର ଯୋଗାଣ ନିରୀକ୍ଷକ ସୌମେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…



