ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦର ସଫଳତା ପାଇଁ ରାଜ୍ୟବାସୀଙ୍କୁ ଇଣ୍ଡିଆ ବ୍ଲକ୍ ପକ୍ଷରୁ କୃତଜ୍ଞତା ଜ୍ଞାପନ

ଭୁବନେଶ୍ୱର: ଇଣ୍ଡିଆ ବ୍ଲକ୍ ଆହ୍ଵାନରେ ଗତକାଲି ୮ ଅକ୍ଟୋବର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବନ୍ଦ ପାଳିତ ହୋଇଥିବା ବେଳେ ରାଜ୍ୟବ୍ୟାପୀ ସରକାରଙ୍କ ଉପରେ କ୍ରମ ବର୍ଦ୍ଧିଷ୍ଣୁ ଅସନ୍ତୋଷ ଯୋଗୁଁ ଜନଗଣ ଏହି ଵନ୍ଦକୁ ବିପୁଳ ସମର୍ଥନ ଦେଇଥିବାରୁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଏକ ମିଳିତ ଵିଵୃତ୍ତିରେ କୃତଜ୍ଞତା ଜ୍ଞାପନ କରାଯାଇଛି। ଓଡ଼ିଶା ବନ୍ଦର ପ୍ରମୁଖ ଦାବି ମଧ୍ୟରେ :-

•ଓଡ଼ିଶା ସମେତ ୧୫ରୁ ଊର୍ଦ୍ଧ୍ୱ ଖଣିଜ ସମ୍ପଦ ଭରପୂର ରାଜ୍ୟର ଖଣିଜ ସମ୍ପଦ ଉତ୍ତୋଳନ ଉପରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୨୫ ଜୁଲାଇ ୨୦୨୪ରେ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଭିତ୍ତିରେ ଓଡ଼ିଶା ପାଇବାକୁ ଥିବା ବକେୟା ରାଜସ୍ଵ ୧ଲକ୍ଷ ୧୦ହଜାର କୋଟି ଟଙ୍କା ଓ ୨୦୨୪ ମସିହା ଠାରୁ କ୍ରମ ବର୍ଦ୍ଧିଷ୍ଣୁ ଖଣିଜ ଉତ୍ତୋଳନ ଭିତ୍ତିରେ ବାର୍ଷିକ ୧୫ ହଜାର କୋଟିରୁ ଟଙ୍କାରୁ ଅଧିକ ରାଜସ୍ଵ ପାଇବାକୁ ଓଡ଼ିଶା ହକଦାର ଥିଲା। ମୋଦି ସରକାର ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅକାମୀ କରାଇବା ପାଇଁ ସଂସଦରେ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତିରେ MMDR ସଂଶୋଧନ ଆଇନ -୨୦୨୬ ପ୍ରଣୟନ କରାଇ ରାଜ୍ୟମାନଙ୍କ ରାଜସ୍ଵ ଆଦାୟ କ୍ଷମତା, ଖଣିଜ ଅଞ୍ଚଳର ଭୂ-ସତ୍ତ୍ୱାଧିକାର ଛଡ଼ାଇ ନେଇଛନ୍ତି। ତେଣୁ MMDR ସଂଶୋଧନ ଆଇନ -୨୦୨୬ ଅଵିଳମ୍ଵେ ରଦ୍ଦ କରିଵାକୁ ଦାବି କରାଯାଇଛି। •ମୋଦି-ଶାହାଙ୍କ ବିଜେପିର ଭୋଟ ଚୋରିର ଏଜେଣ୍ଟ ଭାଵେ ଜ୍ଞାନେଶ କୁମାର ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଅପଵ୍ଯଵହାର କରି, SIR ର ମୂଳ ଲକ୍ଷ ସମସ୍ତ ସାବାଳକ ନାଗରିକଙ୍କ ଭୋଟଦାନ ଅଧିକାର ସୁନିଶ୍ଚିତ କରିବା ପରିବର୍ତ୍ତେ ୧୩ କୋଟିରୁ ଅଧିକ ସାବାଳକ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ଭଳି ସମ୍ବିଧାନ ବିରୋଧୀ ଦେଶ ବିରୋଧୀ ପଦକ୍ଷେପ ନେଲେ। ଫଳରେ ବିହାର, ପଶ୍ଚିମ ବଙ୍ଗ, ତାମିଲନାଡୁ ସମେତ କେତେକ ରାଜ୍ୟରେ ନିର୍ବାଚନ ଚୋରୀ ହୋଇଗଲା। ଏହି ସମ୍ବିଧାନ ବିରୋଧୀ କାର୍ଯ୍ୟ ଵିରୋଧର ରେ ନିର୍ବାଚନ କମିଶନରଙ୍କ ବିରୋଧରେ କେହି ଆଇନର ଆଶ୍ରୟ ନେଇ ନପାରିଵା ପାଇଁ ବିଜେପି – ଏନଡିଏ – ମୋଦି ସରକାର ଆଇନ ପ୍ରଣୟନ କରି ସମ୍ବିଧାନଵିରୋଧୀ ପଦକ୍ଷେପ ନେଵାର ସୁଯୋଗ ଦେଇଛନ୍ତି। ତେଣୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବିଳମ୍ବେ ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିଵାକୁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦୃଢ ଦାବି କରାଯାଇଛି। •ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଇ ଓ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନ କରାଇ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ରାଜ୍ୟର ଭବିଷ୍ୟତ ପିଢ଼ିକୁ ମୁର୍ଖ ବନାଇ ଶସ୍ତା ଦାଦନ ଶ୍ରମିକ କରାଇ ଶୋଷଣ ଅତ୍ୟାଚାର ଭିତରକୁ ଠେଲିଦେଵାର ଷଡ଼ଯନ୍ତ୍ର କରିଛନ୍ତି। ତେଣୁ ଗଣଶିକ୍ଷା ମନ୍ତ୍ରୀ ପଦରୁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅଵିଳମ୍ଵେ ବହିଷ୍କାର କରିଵାକୁ ଦାବି କରଯାଇଛି। •ସେହିଭଳି ବନ୍ୟା ପ୍ରଭାବିତ ଲୋକଙ୍କୁ ରାଜ୍ଯ ସରକାର ଆଵଶ୍ଯକୀୟ କ୍ଷତିପୂରଣ ଓ ସହାୟତା ଦେବାରେ ଲଜ୍ଜାଜନକ ଭାବେ ବିଫଳ ହୋଇଛନ୍ତି।ତେଣୁ ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ସହାୟତା ପ୍ରଦାନ ଦାବିରେ ଆହୂତ ଏହି ଓଡ଼ିଶା ବନ୍ଦ ପ୍ରତି ସମଗ୍ର ରାଜ୍ୟରେ ଜନଗଣ ଅଭୂତପୂର୍ବ ସମର୍ଥନ ମିଳିଛି। ଓଡ଼ିଶା ଵନ୍ଦ ଏଭଳି ଶାନ୍ତିପୂର୍ଣ୍ଣ ଭାବେ ସଫଳ କରାଇଥିବାରୁ ଇଣ୍ଡିଆ ବ୍ଲକ ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସଵାଦୀ), ଭାରତର କମ୍ଯୁନିଷ୍ଟ ପାର୍ଟି (ଏମ୍ଏଲ୍) ଲିଵରେଶନ, ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ରାଷ୍ଟ୍ରଵାଦୀ କଂଗ୍ରେସ(ଶରଦ ପାୱାର) ଓ ରାଷ୍ଟ୍ରୀୟ ଜନତା ଦଳ ମିଳିତ ଭାବେ ଓଡ଼ିଶା ର ଜନଗଣ ଅକୁଣ୍ଠ ସମର୍ଥନ ଦେଇ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ କୁ ସଫଳ କରାଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ବିଜେପି ରାଜ୍ୟର ସମ୍ପଦ ଉପରେ ରାଜ୍ୟର ହକ୍ ଏଵଂ ଅଧିକାର ଉପରେ ଆକ୍ରମଣ, ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ଵତନ୍ତ୍ର ଅଧିକାରକୁ ଛଡାଇ ନେଇ ରାଜ୍ୟମାନଙ୍କ ସମ୍ବଳ ଓ ରାଜସ୍ଵ ଚୋରି କରିଵା, ଗଣତାନ୍ତ୍ରୀକ ଭାରତର ସାମ୍ବିଧାନିକ ବ୍ୟବସ୍ଥା ଓ ଭୋଟ ଦାନର ଅଧିକାର ଛଡ଼ାଇନେବା, ଭୋଟ ଚୋରି, ନିର୍ବାଚନ ଚୋରି ଭଳି ସଂଗିନ ଦେଶ ଦ୍ରୋହ, ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ତଥା ଭୁଲ ପାଠ୍ୟପୁସ୍ତକ ପ୍ରକାଶନ କରି ଭବିଷ୍ୟତ ପିଢ଼ିକୁ ମୁର୍ଖ ବନାଇବା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଚରମ ବ୍ୟର୍ଥତା ପ୍ରଦର୍ଶନ କରିଥିବା ବିଜେପି ସରକାର ଏହି ଐକ୍ୟବଦ୍ଧ ଆନ୍ଦୋଳନ ପ୍ରତି ଜନଗଣଙ୍କ ସ୍ୱତଃସ୍ଫୂର୍ତ୍ତ ଜନ ସମର୍ଥନରେ ଆତଙ୍କିତ ବିଜେପି ସରକାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ନିନ୍ଦନୀୟ। ଯେ ପର୍ଯ୍ୟନ୍ତ ଏହି ସମସ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଇଣ୍ଡିଆ ବ୍ଲକ ପକ୍ଷରୁ ଆଜି ଭାରତୀୟ ଜାତୀୟ କଂଗ୍ରେସ ର ବରିଷ୍ଠ ରାଜ୍ଯ ଉପସଭାପତି ସନ୍ତୋଷ ସିଂହ ସାଲୁଜା ଏଵଂ ଦେବାଶିଷ ପଟ୍ଟନାୟକ ଓ ପ୍ରବକ୍ତା ଅରବିନ୍ଦ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଓ ସହ ସମ୍ପାଦକ ଜୟନ୍ତ ଦାସ, ସିପିଆଇ(ଏମ୍)ର ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ଵଦ୍ରୀ ନାରାୟଣ ଦାଶ, ସିପିଆଇ (ଏମ୍ଏଲ୍) ଲିଵରେଶନ ର ରାଜ୍ଯ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ପୁର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଅଲ୍ ଇଣ୍ଡିଆ ଫର୍ଓ୍ଵାର୍ଡ ବ୍ଲକ୍ ର ରାଜ୍ଯ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓ ବେଣୁଧର ହରିଚନ୍ଦନ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ଏନସିପି ର ରାଜ୍ଯ ସଭାପତି ଵୀକ୍ରମ ସ୍ଵାଇଁ, ଆରଜେଡିର ହେମନ୍ତ କୁମାର ପ୍ରମୁଖ ଏକ ମିଳିତ ଵିଵୃତ୍ତିରେ ପ୍ରକାଶ କରିଵା ସହ ଆଗାମୀ ଆନ୍ଦୋଳନ ପାଇଁ ଓଡ଼ିଶାଵାସୀଙ୍କ ସହଯୋଗ କାମନା କରିଛନ୍ତି।

  • Related Posts

    ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

    କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ପ୍ରାର୍ଥୀପତ୍ର ଦାଖଲକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ବାଚନକୁ ବାତିଲ କରିଛନ୍ତି ଅଧ୍ୟକ୍ଷା । ନାମାଙ୍କନ ପତ୍ର ଗ୍ରହଣ କରାନଯିବାକୁ ପ୍ରତିବାଦ କରି ଆନ୍ଦୋଳନକାରୀ ଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ଦୀର୍ଘ…

    Continue reading
    ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ

    ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ