ଶିଖରଚଣ୍ଡୀ ପାହାଡରେ ପ୍ରବେଶ କଟକଣା

ଭୁବନେଶ୍ୱର: ଶିଖରଚଣ୍ଡୀ ପାହାଡକୁ ପ୍ରବେଶ ନେଇ କଟକଣା ଲଗାଇଛି ବନ ବିଭାଗ । ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ପର୍ୟ୍ୟଟନ ଋତୁ ଚାଲିଥିବାରୁ ପାହାଡରେ ଅନେକ ଲୋକ ବଣଭୋଜି କରିବାକୁ ଆସୁଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ପାହାଡ ଉପରକୁ ପର୍ୟ୍ୟଟନଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକକୁ ବନ୍ଦ କରି ବନ କର୍ମଚାରୀ ଓ ଇନଫୋସିଟି ଥାନା ପକ୍ଷରୁ ଲୋକାମନଙ୍କୁ ସଚେନତ କରାଯାଉଛି । ଦୁଇଟି ଟିମ୍‌ ଗଠନ କରାଯାଇ ଦୁଇ ହାତୀଙ୍କ ଉପରେ ନଜର ରଖାଯାଉଥିବା ସୂଚନା ମିଳିଛି ।

  • Related Posts

    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading
    ଭୁବନେଶ୍ୱରକୁ ୬ଟି ଜୋନ୍‌ରେ ବାଣ୍ଟିଲା ବିଏମ୍‌ସି

    ଭୁବନେଶ୍ୱର,: ବିଏମ୍‌ସିି ୩ରୁ ୬ଟି ଜୋନ୍‌ରେ ବାଣ୍ଟି ହୋଇଛି । ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତି ଜୋନ୍‌ରେ ୧୨ ଲେଖାଁଏ ୱାର୍ଡ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ