ଶୀଘ୍ର ଓଡ଼ିଶା କଂଗ୍ରେସର ବିଭିନ୍ନ ଜିଲ୍ଲାକୁ ମିଳିବ ନୂଆ ଜିଲ୍ଲା ସଭାପତି

ଭୁବନେଶ୍ୱର: ଶୀଘ୍ର ଓଡ଼ିଶା କଂଗ୍ରେସର ବିଭିନ୍ନ ଜିଲ୍ଲାକୁ ମିଳିବ ନୂଆ ଜିଲ୍ଲା ସଭାପତି । ଏଥିପାଇଁ ଆଜିଠୁ “ସଙ୍ଗଠନ ସୃଜନ ଅଭିଯାନ’ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ସରିବା ପରେ ରାଜ୍ୟରେ କଂଗ୍ରେସର ଥିବା ୩୫ଟି ସାଙ୍ଗଠନିକ ଜିଲ୍ଲାରେ ନୂଆ ସଭାପତି ଦାୟିତ୍ୱ ନେବେ । କଂଗ୍ରେସ ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ୟ୍ୟବେକ୍ଷକ ରବିବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପର୍ୟ୍ୟବେକ୍ଷକ ସାଂସଦ ଶ୍ରେୟାଶ ଏମ୍‌ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ୍‌ ଆସିଛନ୍ତି । ଉଭୟ ଏଆଇସିସି ପର୍ୟ୍ୟବେକ୍ଷକଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଚ୍ଛ୍ୱସିତ ସ୍ୱାଗତ ଜଣାଇବା ସହ ଏହି ଜିଲ୍ଲାରେ କିପରି ସଭାପତି ଚୟନ ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି । ସୋମବାର ଠାରୁ ସେମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କଠୁଁ ଆରମ୍ଭ କରି ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲ୍ଲା ପଦାଧିକାରୀଙ୍କ ସହ ଆଲୋଚନା କରିବେ । ଜିଲ୍ଲା ସଭାପତି ଚୟନ ନେଇ ଏସ୍‌ଟି, ଏସ୍‌ସି, ଓବିସି, ମହିଳା, ଯୁବ ଏହିପରି ସମସ୍ତ ବର୍ଗରୁ ୬ ଜଣଙ୍କ ନାମ ଯେପରି ରହିବ ସେମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବେ । ଏଆଇସିସି ପର୍ୟ୍ୟବେକ୍ଷକଙ୍କ ଦ୍ୱାରା ଏକ ଗ୍ରାଉଣ୍ଡ ରିପୋର୍ଟ ଏଆଇସିସିରେ ଦାଖଲ କରାଯିବା ପରେ ଜିଲ୍ଲାର ୪ ଜଣଙ୍କୁ ଡିସିସି ସଭାପତି ଭାବେ ଚୟନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ମଧ୍ୟରେ ସରିବ ବୋଲି ପିସିସି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି ।ସୋମବାର ମଧ୍ୟ ଆଉ କିଛି ଜଣ ପର୍ୟ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ